pakka

ଘୁନସରରେ ୨୫ତମ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ : ରଜାପଡା ବିଜୟୀ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ସ୍ଥାନୀୟ ବଣାବିଜାର ଖେଳ ପଡିଆଠାରେ ଆଜି ଶ୍ରୀ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ୨୫ ତମ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଫାଇନାଲ ଖେଳରେ ରାସ୍ତାମାଲ ଓ ରଜାପଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ରଜାପଡା ଦଳ ୧-୦ରେ ବିଜୟୀ ହୋଇଥିଲା । ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ, ଡୁଙ୍ଗୁରିପାଲି ସରପଞ୍ଚ ସୁଫଳ ମାଝୀ ଯୋଗଦେଇ ବିଜୟିତା ଦଳକୁ ଟ୍ରଫି ସହ ଆଥିର୍କ ରାଶି ପ୍ରଦାନ କରିଥିଲେ । ଲେଫରି ଭାବେ ବିନୋଦ ସାହୁ, ଲାଇନ୍ସମ୍ୟାନ ଜିତେନ୍ଦ୍ର ଜାଲ, ରାଜେଶ ପୋଢ଼ ସହଯୋଗ କରିଥିଲେ ।ଅରବିନ୍ଦ ଯୁବକ ସଂଘର ସଭାପତି ଅବନୀ ମହାପାତ୍ର, ସଂପାଦକ ପପୁ ମହାନ୍ତି, ଟିମ୍‌ ମ୍ୟାନେଜର ବିମଲ ବେହେରା, ବବୁଲୁ ରଣା ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

14 + 8 =