pakka

ମା’ ଗଢ଼ିଆଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବିନୋପୁରକୁ ହରାଇ ପଳସାପଡା ବିଜୟୀ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସୀ ସ୍ଥିତ ମା’ ଠାକୁରାଣୀ ଆଜାଦ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଲାଲବାହାଦୁର ଖେଳପଡ଼ିଆଠାରେ ଅନୁଷ୍ଠିତ ମା’ ଗଢିଆଣି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଖେଳରେ ବିନୋପୁରକୁ ହରାଇ ପଳସାପଡା ବିଜୟୀ ହୋଇଥିବା ଜଣାପଡିଛି । ଏହି ଅବସରରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟିର ଉପଦେଷ୍ଟା ତଥା ମାର୍ଗଦର୍ଶକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲିଙ୍ଗରାଜ ଘିଭେଲା, ମାର୍କଣ୍ଡ ଗହୀର, ସିନାପାଲି ବ୍ଲକ ଉପାଧ୍ୟକ୍ଷ କିଶୋର କୁମାର, ଜିଲ୍ଲା ପରିଷଦ ସଦସ୍ୟ ଗିରିରାଜ ମାଝୀ, ଜିଲ୍ଲା ପରିଷଦ ଉଜ୍ଜଳ ଗୁପ୍ତା, ସିନାପାଲି ବିଡ଼ିଓ ସଦାଶିବ ନାଏକ, ନେହେରୁ ଯୁବ କେନ୍ଦ୍ର ଅଧିକାରୀ ଆଶିଷ ଠାକୁର, ଜୟପାଳ ନାଗ, ସମାଜସେବୀ କମଲେସ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ମ୍ୟାଚ ପାଳସାପଡା ଓ ବିନୋପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପଳସାପଡା ଦଳ ୨-୦ ଗୋଳରେ ବିନୋପୁର ଦଳକୁ ହରାଇ ବିଜୟୀ ହୋଇଥିଲା । ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉକ୍ତ ମ୍ୟାଚରେ ରେଫରୀ ଭାବେ ତାପସ ପତି ଖେଳ ପରିଚାଳନା କରିଥିବା ବେଳେ ଅମୂଲ୍ୟ ବାରିକ ଓ ସୌରଭ ପଣ୍ଡା ଲାଇନ ମ୍ୟାନ ଭାବରେ ସହଯୋଗ କରିଥିଲେ । ଏହି ସମାରୋହରେ ଉପସ୍ଥିତ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପାଣିଗ୍ରାହୀ ଅଞ୍ଚଳର ଯୁବକ୍ରୀଡାବିତ୍‌ ତଥା କ୍ରୀଡ଼ାର ବିକାଶ ପାଇଁ ଏଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରି ପାଣ୍ଠି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଅଞ୍ଚଳର କ୍ରୀଡାବିତ୍‌ ଏଭଳି ପ୍ରତିଶ୍ରୁତି ପାଇ ଖୁସି ଅନୁଭବ କରିଛନ୍ତି । ଆଜିର ଏହି ଉଦ୍‌ଯାପନୀ ଖେଳରେ ଅରବିନ୍ଦ ହୋତା ଓ ଜଗଦୀଶ ନାଗ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ସଭାପତି ବିହାରୀ ଲାଲ ମଶ୍ରା, ସମ୍ପାଦକ ଦୁଷ୍ମନ୍ତ କାଣ୍ଡ, ଉପସଭାପତି ପ୍ରଶାନ୍ତ ଦାସ, ଯୁଗ୍ମ ସମ୍ପାଦକ କିଶନ ଲୋହାର, କୋଷାଧ୍ୟକ୍ଷ ନିରଞ୍ଜନ କାଣ୍ଡ, ଉପଦେଷ୍ଟା ପ୍ରକାଶ ପାତ୍ର, ତୁଳରାମ ନିଆଲ, ମନୋଜ ଦାସ, ସଂଜୀବ ମେହେର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

17 + fourteen =