csstore

ଏସ୍‌କେପି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଏନ୍‌ଟିଏସ୍‌ ମାଝୀପଡ଼ା ଦଳ ଚମ୍ପିୟାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ସିତିକାପଟି ଖେଳ ପଡିଆଠାରେ ଏସ୍‌କେପି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲ୍ ନନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାରତୀ ମଲିକ, କନ୍ଧମାଳ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଲିକ, ବରିଷ୍ଠ ଶିକ୍ଷାବିତ୍ ତ୍ରିନାଥ କହଁର, ବନ୍ଧଗଡ଼ ସରପଞ୍ଚ ଭଞ୍ଜ କହଁର, କାସିନି ପଦର ସମିତି ସଭ୍ୟ ନିଳଗିରିସ ଦିଗାଲ, ତଳ ଦଣ୍ଡିକିଆ ପୂର୍ବତନ ସରପଞ୍ଚ ଶଙ୍କର ପ୍ରଧାନ, କାସିନିପଦର ପୂର୍ବତନ ସମିତି ସଭ୍ୟ ରଥପାତ୍ର, ବରିଷ୍ଠ କୁଇ ନେତା ତଥା ସଭାପତି ଗୁଣନିଧି କହଁର, ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ସଦସ୍ୟା ସୁଭଦ୍ରା କହଁର, ସଖିପଡା ୱ୍ୟାଡସଭ୍ୟ ରାମଚନ୍ଦ୍ର ସାହୁ, ଗ୍ରାମର ପ୍ରଦୀପ କହଁର, ଜୁରିକା କହଁର ପ୍ରଭାତ କହଁର ତିହରୁ କହଁର ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ମ୍ୟାଚରେ ଅଞ୍ଚଳର ପ୍ରାୟ ୧୬ଟି ଫୁଟ୍‌ବଲ୍‌ ଦଳ ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପିତ ଦିନ ଏହାର ଫାଇନାଲ ମ୍ୟାଚ୍‌ରେ ତେଜାମାହା ଫୁଟ୍‌ବଲ୍‌ ଦଳ ଓ ଏନ୍‌ଟିଏସ୍‌ ମାଝିପଡ଼ା ଫୁଟ୍‌ବଲ୍‌ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା । ତେବେ ମାଝୀପଡ଼ା ଦଳ ତେଜାମାହା ଫୁଟ୍‌ବଲ୍‌ ଦଳକୁ ୪ – ୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି, ଅତିଥିମାନଙ୍କ ଦ୍ଵାରା ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ବେଷ୍ଟ ଗୋଲ୍ ରକ୍ଷକ ଆମୋସ ଦିଗାଲ, ବେଷ୍ଟ ସ୍କୋରର ଧର୍ମେନ୍ଦ୍ର ପ୍ରଧାନ, ବେଷ୍ଟ ଡିଫେନ୍ସ ବବୁଲ କହଁର, ମ୍ୟାନ ଅଫ୍ ଦି ମ୍ୟାଚ ବେଣୁଧର କହଁରଙ୍କୁ ଅତିଥିମାନଙ୍କ ଦ୍ଵାରା ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ପ୍ରଦତ୍ତ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି । ଖେଳକୁ ମୁଖ୍ୟ ରେଫରି ସୁସାନ୍ତ କୁମାର ଜୁଣ୍ଡି ତଣ୍ଡେଶ୍ୱର କହଁର, ରୋହିତ କୁମାର ନାୟକ, ନରେନ୍ଦ୍ର କହଁର ପରିଚାଳନା କରିଥିବା ବେଳେ ଏସ୍‌କେପି କ୍ଲବ ସଭାପତି ବିନୋଦ କହଁର, ସମ୍ପାଦକ ନରେଶ କହଁର, ସନ୍ତୋଷ କହଁର, ଅର୍ଜୁନ କହଁରଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.