om academy

ପ୍ରୋ ସିଜିନ ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦାର ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦ୍ୱାରା ପ୍ରୋ ସିଜିନ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜଲଦା ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସମାଇ ସୋରେନଙ୍କ ସଭାପତିତ୍ୱ ତଥା ମଂଚ ସଂଯୋଜନାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସିଆରପିଏଫ୍‌ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମଥୁରା ତନ୍ତୀ, ଜଲଦା ସରପଞ୍ଚ ଗୀତା ଓରାମ, ସମିତି ମେମ୍ବର ନୈନା ଭଞ୍ଜ, ହାତୀବନ୍ଧର ପ୍ରାକ୍ତନ ସରପଞ୍ଚ ଚମର ସିଂ ମୁଣ୍ଡାରୀ, ଜଲଦାର ପ୍ରାକ୍ତନ ସରପଞ୍ଚ ଯତ୍ରୁ ଓରାମ, ଘନଶ୍ୟାମ କାୟତ, ଆନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଓ ରନର୍ସ ଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ୩ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭେଟେରାନର ୮ଟି ଦଳ, ଯୁବ ବିଭାଗର ୧୬ ଦଳ ଓ ୧୪ବର୍ଷ ରୁ କମ୍ ୪ଟି ଦଳ ଭାଗ ନେଇଥିଲେ । ଏଥିରେ ଯୁବ ବିଭାଗର ନୟାଡେରା ଅସୁରାଛପଲର ପଣ୍ଡିତ ରଘୁନାଥ ମୁର୍ମୁ ୟଙ୍ଗ କ୍ଲବ ଜଲଦାର ୟୁନାଇଟେଡ ସ୍ପୋର୍ଟସ କ୍ଲବକୁ ପରାସ୍ତ କରି ଟ୍ରଫି ସହ ୧୩ ହଜାର ଟଙ୍କା ନଗଦ ଓ ରନର୍ସ ଦଳକୁ ଟ୍ରଫି ସହ ୭ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ଭେଟେରାନ ବ୍ରଦର୍ସ ଲୋଲୋ ବରକାନୀ ଦଳ ଭେଟେରାନ ପ୍ରଧାନପାଲିକୁ ହରାଇ ଟ୍ରଫି ସହ ୭ହଜାର ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ଏହା ଦ୍ୱାରା ଶାରିରୀକ ସୁସ୍ଥତା ଓ ଭାଇଚାରା ବୃଦ୍ଧି ହୁଏ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶଙ୍କର ରାଜ ଅତିଥିମାନଙ୍କ ପରିଚୟ ଓ ଶେଷରେ ସୁନିଲ୍ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳର ସହସ୍ରାଧିକ ଦର୍ଶକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.