om academy

ଉମେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁହାଯାଏ କର୍ମ ହିଁ ଭଗବାନ ଯେମିତି କର୍ମ କରିବେ ସେମିତି ଫଳ ମଧ୍ୟ ପାଇବେ ଏଭଳି ଉକ୍ତି ଓ ତାର ସତ୍ୟତା ପ୍ରତିଫଳିତ ହୋଇଛି ବଲାଙ୍ଗିର ସହର ସ୍ଥିତ ଥିବା ସରକାରୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ । କେବଳ କାଗଜ କଲମରେ କର୍ମ କରିହୁଏନି ପ୍ରତିଟି କ୍ଷେତ୍ରରେ କର୍ମକୁ ଆଦରି ଆପଣା କରିବାକୁ ହୋଇଥାଏ ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରୂପାନ୍ତରିତ ଭାବେ । କହିବାକୁ ଗଲେ ଦୀର୍ଘ ୩୫ ବର୍ଷ କାଳ କର୍ମ ହିଁ ଭଗବାନ ହୃଦବୋଧ କରି ଉମେଶ ଚନ୍ଦ୍ର ପଣ୍ଡା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ଏଷ୍ଟିମେଟର ଓ ସବଡିଭିଜନ ବିଭାଗର ଏସ୍‌ଡ଼ିଓ ଭାବେ କାର୍ଯ୍ୟଭାର ତୁଳାଇ ଆସୁଥିଲେ । ତେବେ ସୂଚନା ଅନୁସାରେ ଗାଇସିଲେଟ ଗ୍ରାମ ତାଙ୍କ ପୈତୃକ ଗ୍ରାମ ରହିଥିବା ବେଳେ ଉମେଶ ଚନ୍ଦ୍ର ପଣ୍ଡା ଜଣେ ମେଳାପୀ ପରୋପକାରୀ ବ୍ୟକ୍ତି ବିଶିଷ୍ଟ ରହି ଆସୁଛନ୍ତି । ସେ ୧୯୮୮ ମସିହାରୁ କାର୍ଯ୍ୟଭାର ନେଇ ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନ ଢେଙ୍କାନାଳ, ସମ୍ବଲପୁର, ବରଗଡ଼ ପଦ୍ମପୁର ଓ ବୟସର ଶେଷ ଭାଗରେ ବର୍ଷ ୨୦୧୮ ମାର୍ଚ୍ଚ ମାସରେ ବଲାଙ୍ଗିର ଶାନ୍ତିପଡା ସ୍ଥିତ ଲିଫ୍ଟ ଇରିଗେସନ ଯାହା ଉଠା ଜଳସେଚନ ପ୍ରକଳ୍ପ ଭାବେ ବେଶ ପରିଚିତ ସେଠି କାର୍ଯ୍ୟ କରିଆସୁଥିଲେ । ସେ ସବୁ ବେଳେ କର୍ମକୁ ଆଦରି ନିଜ କର୍ମ କରିବା ସହ ଅନ୍ୟଙ୍କୁ ମଧ୍ୟ ସୁକର୍ମ ପାଇଁ ପ୍ରେରିତ କରିଆସୁଥିଲେ । ମୁଁ ପୂର୍ବରୁ ଉମେଶ ଚନ୍ଦ୍ର ପଣ୍ଡା ସହ ଦୁହେଁ ଦୁହିଁଙ୍କୁ ଅଚିହ୍ନା ଭାବେ ଦେଖା ହେଉଥିଲୁ କିନ୍ତୁ କାର୍ଯ୍ୟାଳୟରେ ମୁଁ ଆସିଲା ପରେ ସେ ଆସିଷ୍ଟାଣ୍ଟ ଏଷ୍ଟିମେଟର ଓ ସବଡିଭିଜନରେ ଏସଡ଼ିଓ ଭାବେ ଦାୟିତ୍ୱ ନେଲେ ଓ ତାଙ୍କ କାର୍ଯ୍ୟ କରିବାରେ ବହୁ ଗୁଡିଏ ଅଭିଜ୍ଞତା ରହିଛି । ସବୁ ପ୍ରସଙ୍ଗ ଜାଣିଥିଲେ ମଧ୍ୟ ନ ପଚାରିବା ପ୍ରର୍ଯ୍ୟନ୍ତ କୌଣସି ମନମୁଖୀ କାର୍ଯ୍ୟ ସମ୍ପାଦନ କରୁ ନଥିଲେ । ଯାହା ଥିଲା ମୋ ପାଇଁ ଗୋଟେ ନୂଆଁ ଅନୁଭୂତି । ସେ ସବୁ ବେଳେ ସ୍ଵସ୍ଥ ରୁହନ୍ତୁ ଏହାହିଁ ଆମ ସମସ୍ତଙ୍କ କାମନା ବୋଲି ନିଜ ମତ ରଖିଛନ୍ତି ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ଦଳେଇ । ଅନ୍ୟପଟେ ଆଜି ତାଙ୍କ ଅବସରକାଳୀନ ସମାରୋହ ସଭାରେ କାର୍ଯ୍ୟ ସାଥୀ ଓ ତାଙ୍କଠୁଁ ଉଚ୍ଚସ୍ଥ ଅଧିକାରୀଙ୍କ ଭାବବିହ୍ଵଳ ଭାବାବେଗ ଶବ୍ଦରେ ବାରି ହେଉଥିଲା ଆନ୍ତରିକତା ସହ ଆତ୍ମୟତା । ଅବସରକାଳୀନ ସମାରୋହରେ ତାଙ୍କ କାର୍ଯ୍ୟାଳୟର ତାଙ୍କ ଗହଣରେ ଥିବା କର୍ମଚାରୀ ସାଥୀ କୁହନ୍ତି ଉମେଶ ଚନ୍ଦ୍ର ପଣ୍ଡା କେବଳ ଜଣେ ଦାୟିତ୍ୱବାନ ବ୍ୟକ୍ତି ବିଶିଷ୍ଟ କର୍ମଯୋଗୀ ନ ଥିଲେ ସେ ଥିଲେ କାର୍ଯ୍ୟାଳୟର ଜଣେ ଅନୁଭବୀ ପରୋପକାରୀ ଓ ସ୍ନେହୀ ବ୍ୟକ୍ତିତ୍ୱ । ତାଙ୍କ ଉଦାରସିଳତା ସହ ଆତ୍ମୀୟତା ଭଲ ପାଇବା ଆମ ସମସ୍ତଙ୍କୁ ଭଲ ପାଇବାର ଖୋରାକ ଯୋଗାଇଛି । ସଠିକ୍‌ ସମୟରେ କାର୍ଯ୍ୟ ସମ୍ପାଦନ କରିବା ଓ କର୍ତ୍ତବ୍ୟ ପରାୟଣ ହୋଇ ଦାୟିତ୍ୱ ବହନ ଥିଲା ତାଙ୍କ ଗୁରୁମନ୍ତ୍ର । ଯାହାକୁ ଆମେ ଆଗାମୀ ଦିନରେ ଅଙ୍ଗେ ଅଙ୍ଗେ ପାଳନ କରିବା ବୋଲି ମତ ରଖିଛନ୍ତି । ସେପଟେ ଅବସରକାଳୀନ ସଭାରେ ଉମେଶ ଚନ୍ଦ୍ର ପଣ୍ଡାଙ୍କୁ ଫୁଲତୋଡା ସହ ଉତ୍ତରୀୟ ଓ ସେ ସମ୍ପାଦନ କରିଥିବା କାର୍ଯ୍ୟକାଳର ମାନପତ୍ର, ଶ୍ରୀମତ ଭାଗବତ ଗୀତା, ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲେ । ତା ସହ ଯାଦୁଗରୀ କାର୍ଯ୍ୟକ୍ରମ ରଖି ବିଭିନ୍ନ ପ୍ରକାର ଯାଦୁ ପରିବେଷଣ କରି ସମସ୍ତ କର୍ମଚାରୀ ଉପଭୋଗ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.