om academy

ବଂଧୁତ୍ୱର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓ ୧୯୭୭ ବ୍ୟାଚର ବଂଧୁମିଳନ କାର୍ଯ୍ୟକ୍ରମ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୪ ଇସ୍ପାତ ଉଚ୍ଚ ବିଦ୍ୟାଳୟ ଓ ଇସ୍ପାତ ଶିକ୍ଷା ସଦନରେ ୧୯୭୭ ବ୍ୟାଚ ମାଟ୍ରିକ ପଢୁଥିବା ଛାତ୍ରଛାତ୍ରୀଙ୍କ ବଂଧୁତ୍ୱର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବଂଧୁମିଳନ ଓ ଭାବ ବିନିମୟ କାର୍ଯ୍ୟକ୍ରମ ସଂପ୍ରତି ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ୍ ସ୍କୁଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୦ବର୍ଷ ପରେ ବଂଧୁତ୍ୱକୁ ମନେପକାଇବା ସହ ଭାବ ବିନିମୟ ଓ ଯୁବସୁଲଭ ନାଚଗୀତରେ ମସଗୁଲ ହୋଇଥିଲେ ଏହି ପ୍ରାକ୍ତନ ଛାତ୍ରଛାତ୍ରୀମାନେ । ସଂପ୍ରତି ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ, ବେସରକାରୀ, ଆର୍‌ଏସ୍‌ପିରୁ ବିଭିନ୍ନ ପଦପଦବୀରୁ ଅବସର ନେଇଥିଲେ ହେଁ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ । ଏହି ଅବସରରେ ଡିପିଏସ୍‌ର ଅଧ୍ୟକ୍ଷ ସିଦ୍ଧାର୍ଥ ରଥ, ଦୁଇ ପ୍ରାକ୍ତନ ଶିକ୍ଷକ ଗୋବିନ୍ଦଚନ୍ଦ୍ର ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ଶତପଥୀ ଅତିଥି ଭାବେ ଯୋଗଦେଇ ସେମାନଙ୍କ ଅଭିଜ୍ଞତା ସହ ଆଶୀର୍ବଚନ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ଉଭୟ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ରଞ୍ଜିତ ପ୍ରଧାନ, ଉମାକାନ୍ତ ବିଶୋଇ, କ୍ଷଣପ୍ରଭା ବିଶୋଇ ଓ ରାଜେନ୍ଦ୍ର ପ୍ରସାଦ ପଣ୍ଡା ତଥା ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସେକ୍ଟର ୧୩ ହନୁମାନ ମନ୍ଦିର ପରିସରରେ ବେଦମନ୍ତ୍ର ସହ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିମଳ କୁମାର ବିଶି, ଅରୁଣ କୁମାର ପ୍ରଧାନ, ଅକ୍ଷୟ କୁମାର ସାମଲ, ବାଳକୃଷ୍ଣ ସିଂ, ଭିକାରୀ ଚରଣ ମହନ୍ତ, ବିଦ୍ୟାଧର ମହନ୍ତ, ବିନୋଦ ପ୍ରଧାନ, ବିପିନ କୁମାର ଲେଙ୍କା, ବିରେନ ଟୁଡୁ, ବିଶ୍ୱରଂଜନ ମିଶ୍ର, ଜ୍ଞାନରଂଜନ ମହାନ୍ତି, ଜ୍ଞାନେନ୍ଦ୍ର କୁମାର ମିଶ୍ର, ହୃଦାନନ୍ଦ ଶତପଥୀ, ଜଗନ୍ନାଥ ଦାସଭାୟା, ଜଗତ ବଲ୍ଲଭ ପଟ୍ଟନାୟକ, ଜୟଜିତ ପତି, ଜ୍ୟୋତି ପ୍ରକାଶ ପାଢୀ, କୈଳାଶ ଚନ୍ଦ୍ର ଦାସ, କେଦାରନାଥ ମାନସିଂହ, ପ୍ରଦୀପ ପଟ୍ଟନାୟକ, ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ରଣା, ପ୍ରମୋଦ କୁମାର ମହାନ୍ତ, ପ୍ରତାପ କୁମାର ପଣ୍ଡା, ପୂର୍ଣ୍ଣେନ୍ଦୁ ପାଢୀ, ରାମନାରାୟଣ ନାୟକ, ସନ୍ତୋଷ କୁମାର ନାୟକ, ସପନ କୁମାର ସିଂ, ସର୍ବେଶ୍ୱର ବସ୍ତିଆ, ଶ୍ରୀକାନ୍ତ ତନ୍ତୀ, ସୁରେନ୍ଦ୍ର କୁମାର ସେଠୀ, ସ୍ୱପନ କୁମାର ତ୍ରିପାଠୀ ଓ ଉମାଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସହରର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଶେଷରେ ଶ୍ରୀ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.