om academy

ତାଲୁକ ଆଇନ ସହାୟତା କମିଟି ଦ୍ୱାରା ଜୁଭେନାଇଲ ଉପରେ ସଚେତନତା କାର୍ଯ୍ୟକ୍ରମ

jsm

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ ତାଲୁକ ଆଇନ ସହାୟତା କମିଟି ଦ୍ୱାରା ସୋମବାର ଦିନ ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲରେ ଏକ ସଚେତନତା ଶିବିର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହା ଜୁଭେନାଇଲ ଆଇନ ଉପରେ ଏହି ସଚେତନତା ଶିବିର ହୋଇଥିଲା । ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରମାନଙ୍କୁ ଜୁଭେନାଇଲ ଆଇନର ଉପକାରିତା ଉପରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ତାଲୁକ ଆଇନ ସହାୟତା କମିଟିର ଅଧ୍ୟକ୍ଷ ହିମାଂଶୁ ଶେଖର ମଲ୍ଲିକ (ମୁଖ୍ୟ ଅତିଥି), ସବ୍‌ ଜଜ୍‌ ପରିତୋଷ ସେଠୀ ଓ ଜେଏମ୍‌ଏଫ୍‌ସି ରାହୁଲ କୁମାର ଜେନା (ସମ୍ମାନୀତ ଅତିଥି) ସ୍ଥାନୀୟ ପୋଲିସ ଏସ୍‌ଡିପିଓ ଗୌରାଂଗ ଚରଣ ସାହୁଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପାରା ଲେଗାଲ ଭୋଲେଂଟିୟର ସହ ଛାତ୍ରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.