pakka

ଆମ୍ବଲାନ୍ସ ଧକ୍କାରେ ପରିବା ବ୍ୟବସାୟୀ ଗୁରୁତର

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବେପରୁଆ ଗାଡି ଚାଳନା ଏବଂ ଅସାବଧାନତା ଯୋଗୁଁ ପରିବା ବ୍ୟବସାୟୀଙ୍କୁ ସୋମବାର ସକାଳେ ଆମ୍ବୁଲାନ୍‌ସ ପଛପଟୁ ଧକ୍କା ଦେଇଥିଲା । ପୁଣି ଗୁରୁତର ପରିବା ବ୍ୟବସାୟୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା କରିବା ପରିବର୍ତ୍ତେ ମାନବିକତାର ପରିଚୟକୁ ଜଳାଂଜଳି ଦେଇ ଆମ୍ବୁଲାନ୍ସ ଡ୍ରାଇଭର ଗାଡି ଧରି ଫେରାର ମାରିଥିଲେ । ମିଳିଥିବା ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ପଟୁ ରାଜ୍ୟ ରାଜପଥ ନଂ. ୪୨ରେ ଆମ୍ବୁଲାନ୍ସ ନଂ.ଓଡି୦୨ବିଏଚ-୮୯୫୭ରେ ଏକ ରୋଗୀକୁ ଧରି କଂଟାବାଂଜି ଡାକ୍ତରଖାନାକୁ ଆଣୁଥିଲା । ଠିକ୍‌ ଆମ୍ବୁଲାନ୍ସଟି କଂଟାବାଂଜି ଥାନା କନ୍ଧବାହାଲ ଗ୍ରାମ ଛକ ଦେଇ ଆସୁଥିବା ବେଳେ ପରିବା ବ୍ୟବସାୟୀ ଶ୍ୟାମଲାଲ ସୁନାନି(୪୫) ବଜାର କରିବା ପାଇଁ ସାଇକଲରେ ଆସୁଥିଲେ । ସେହି ସମୟରେ ଆମ୍ବୁଲାନ୍ସଟି ପଛପଟୁ ଦ୍ରୁତ ଗତିରେ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ବ୍ୟବସାୟୀ ଛିଟିକି ପଡିଥିଲେ । ବ୍ୟବସାୟୀ ଜଣକ ରାସ୍ତା କଡରେ ପଡି ଛଟପଟ ହେଉଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସେଠାରୁ ଫେରାର ମାରିଥିଲେ । ପରେ ସ୍ଥାନୀୟ ଲୋକେ ବ୍ୟବସାୟୀ ଜଣଙ୍କୁ ଉଦ୍ଧାର କରି କଂଟାବାଂଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କଲା ପରେ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ବଡ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

10 + eight =

error: Content is protected !!