pakka

ଡ.ସଦାନନ୍ଦ ଅଗ୍ରୱାଲଙ୍କ ୬ଷ୍ଠ ଶ୍ରାଦ୍ଧଦିବସ ପାଳିତ

bbehera
  • ସୋନପୁର ଇତିହାସ(୨)ର ୨ୟ ସଂସ୍କରଣ ଉନ୍ମୋଚିତ
  • “ଡ.ସଦାନନ୍ଦ ଅଗ୍ରୱାଲ ଜଣେ ମାନବବାଦୀ ବିଚାରାଧାରାର ମଣିଷ ଥିଲେ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ପ୍ରଖ୍ୟାତ ଐତିହାସିକ, ଗବେଷକ, ଲିପିତତ୍ୱବିଦ୍‌, ସାମ୍ବାଦିକ, ଗାଳ୍ପିକ ତଥା ମହିମାଭକ୍ତ ମହିମାଶ୍ରୀ ଡ.ସଦାନନ୍ଦ ଅଗ୍ରୱାଲ ସନ୍ଥକବିଙ୍କ ଜଣେ ପରମଭକ୍ତ ଥିଲେ । ସେ କେବଳ ଜଣେ ସନ୍ଥଙ୍କର ଭକ୍ତ ନଥିଲେ ବରଂ ନିଜେ ଜଣେ ମାନବବାଦ ବିଚାରାଧାରାର ମଣିଷ ମଧ୍ୟ ଥିଲେ । ସେଥିପାଇଁ ଭୀମଭୋଇଙ୍କ ମାନବବାଦୀ ବାଣୀକୁ ପ୍ରଚାର ପ୍ରସାର କରିପାରୁଥିଲେ । ସେହିପରି ପାଠପଢାରେ କଲେଜ ମାଡିନଥିଲେ ଥିଲେ ମଧ୍ୟ ଲିପିତତ୍ୱ, ଶିଳାଲେଖ, ତାମ୍ରଫଳକର ପାଠୋଦ୍ଧାରରେ ନିଜର ମୌଳିକ ଗବେଷଣାର ପରାକାଷ୍ଠା ଦେଖାଇ ପାରିଥିଲେ । ଅନେକଗୁଡିଏ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ହୋଇ ଏହି ଅଞ୍ଚଳରେ ଶିକ୍ଷାର ବିକାଶରେ ନିଜେ ଜଣେ ଆଲୋକବର୍ତ୍ତିକା ସାଜିଥିଲେ । ନବେ ଦଶକରେ ରକତ ଭଳି ଡ୍ରାମା ଲେଖି ସାମ୍ପଦାୟିକ ସଦଭାବ ପ୍ରଦର୍ଶନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ବୋଲି ଆଜି ଡ.ସଦାନନ୍ଦ ଅଗ୍ରୱାଲଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିର୍କରେ ଅତିଥିଗଣ ମତବ୍ୟକ୍ତ କରିଥିଲେ । ସଦାନନ୍ଦ ଅଗ୍ରୱାଲ ସ୍ୱର୍ଗତ ଡ.ହରେକୃଷ୍ଣ ମହତାବ, ଡ.ନବୀନକୁମାର ସାହୁଙ୍କ ଭଳି ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଐତିହାସିକ ଗବେଷଣା କରିଥିଲେ । ମହର୍ଷିବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟ ଓ ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ତରଭା ବ୍ଲକର ଅଧ୍ୟକ୍ଷ ସରୋଜକୁମାର କମ୍ପ, ସମ୍ମାନୀତ ଅତିଥି ଭାବରେ ଭୀମଭୋଇ ସମାଧିପୀଠ ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, କଲେଜ ପରିଚାଳନା କମିଟିର ନାରାୟଣ ଝାଙ୍କର, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସଚିଦାନନ୍ଦ ରଥ ଓ ମୁଖ୍ୟବକ୍ତା ଭାବରେ ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋଚିଫ୍‌ ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ ଯୋଗଦେଇଥିଲେ । ଏମ୍‌ବିଆର ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡାଙ୍କ ସଭାପତିତ୍ୱ ଓ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟିର ସିଦ୍ଧାର୍ଥ ଅଗ୍ରୱାଲ ଅତିଥିଗଣଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ଏହି ଅବସରରେ ସ୍ୱର୍ଗତ ଅଗ୍ରୱାଲଙ୍କ ଲିଖିତ ସୋନପୁର ଇତିହାସ (ଦ୍ୱିତୀୟଖଣ୍ଡର ଦ୍ୱିତୀୟ ସଂସ୍କରଣ)କୁ ଅତିଥିଗଣ ଉନ୍ମୋଚନ କରିଥିଲେ । ଗବେଷଣାଲବ୍ଧ ଏହି ପୁସ୍ତକର ପ୍ରଥମ ସଂସ୍କରଣ ୧୯୮୮-୮୯ ମସିହାରେ ପ୍ରକାଶିତ ହୋଇଥିଲା । ସୋନପୁର ତଥା ଓଡିଶା ଇତିହାସର ଗବେଷଣାରେ ଏହି ପୁସ୍ତକର ଗୁରୁତ୍ୱ ଯଥେଷ୍ଟ ରହିଛି । ତେଣୁ ଆଜି ମଧ୍ୟ ଇତିହାସର ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଖରେ ଏହି ପୁସ୍ତକର ଚାହିଦା ରହିଛି । ତେଣୁ ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ କରାଯାଇଛି ବୋଲି ସିଦ୍ଧାର୍ଥ ଅଗ୍ରୱାଲ ସୂଚନା ଦେଇଥିଲେ । ଗତ କିଛିଦିନ ତଳେ ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋଚିଫ୍‌ ମନରଂଜନ ଯୋଷୀଙ୍କୁ ନୂଆଦିଲ୍ଲୀଠାରେ ପଲ୍ଲିବାଣୀ ମିଶନ ତରଫରୁ ଓଡିଶା ଜଣ୍ଣାଲିଜମ୍‌ ଆୱାର୍ଡ ଦିଆଯାଇଥିଲା । ସେଥିପାଇଁ ଆଜିର ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଶ୍ରୀ ଯୋଷୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସ୍ୱର୍ଗତ ଡ.ଅଗ୍ରୱାଲଙ୍କ ଶ୍ରାଦ୍ଧଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ମୋଟ ୨୪ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସୋନପୁର ରକ୍ତଭଣ୍ଡାରର କର୍ମଚାରୀମାନେ ଆସି ଏହି ଶିବିରକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଚୈତନ୍ୟ ବାରିକ, ପଦ୍ମନାଭ ମଲ୍ଲିକ, ପୂର୍ବତନ ସରପଞ୍ଚ ହୃଷିକେଶ ପାତ୍ର, ମହାଦେବ ଜେନା, ସବ୍ୟସାଚୀ ଦଣ୍ଡସେନା, ରାମଚନ୍ଦ୍ର ପୂଜାହାରୀ, ନରସିଂହ ପଣ୍ଡା, ଟିକୁ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ମଧୁମଙ୍ଗଳ ଖମାରୀ, ଉମାକାନ୍ତ ନାଗ, ବିକାଶ ଝାଙ୍କର, ଅଧ୍ୟାପିକା ରୋଜି ମାହାଣା, ପୂର୍ଣ୍ଣିମା ମହାପାତ୍ର, କର୍ମଚାରୀଙ୍କ ମଧ୍ୟରେ ମହେଶ୍ୱତା ପଣ୍ଡା, ଧିରେନ୍ଦ୍ର ଝାଙ୍କର, ସଂଜୀବ ପଣ୍ଡା, ଅମିତ ସା, ରିଙ୍କୁ ମହାକୁରଙ୍କ ସହ ସ୍ଥାନୀୟ ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

thirteen − 10 =

error: Content is protected !!