ଫସଲ ବୀମା ସମସ୍ୟାକୁ ନେଇ ମହେନ୍ଦ୍ର ଠାକୁରଙ୍କ ବଡ଼ ପ୍ରୟାସ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସମସ୍ତ ଚାଷୀଙ୍କ ମନରେ ଆଘାତ ଦେଇଥିବା ଗତ ବର୍ଷର ଫସଲ ବୀମା ଟଙ୍କାକୁ ନେଇ ସଇଁନ୍ତଲା ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଅଞ୍ଚଳର ସମାଜସେବୀ ତଥା ବିଜେପି ସଦସ୍ୟ ମହେନ୍ଦ୍ର କୁମାର ଠାକୁର ଗାଁ ଗାଁ ବୁଲି ଚାଷୀଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଲୋଚନା କରିଥିଲେ । ସୂଚନାଅନୁସାରେ ଗତ ବର୍ଷ ଚାଷୀ ଫସଲ ବୀମା କରି ହତାଶ ହେବାକୁ ପଡୁଛି । କାରଣ ବୀମା ଟଙ୍କା ଚାଷୀଙ୍କୁ ଉପଯୁକ୍ତ ପରିମାଣରେ ମିଳି ନାହିଁ । ତେବେ ଗତକାଲି ସଇଁନ୍ତଲା ବ୍ଳକ ଖାସବାହାଲ ଗ୍ରାମକୁ ଯାଇ ଚାଷୀମାନଙ୍କ ସହ ଆଲୋଚନା କରି ଅତିଶୀଘ୍ର ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ଶ୍ରୀ ଠାକୁର । ଚାଷୀଙ୍କୁ ଫସଳ ବୀମାର ଉପଯୁକ୍ତ ପ୍ରାପ୍ୟ ମିଳିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.