csstore

କଳିକେଶଙ୍କ ଉଦ୍ୟମ ଯୋଗୁଁ ଲୋୟର ସୁକ୍‌ତେଲ୍‌ କାମ ଆଗେଇବାର ସମ୍ଭାବନା ଉଜ୍ୱଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କିଛିଦିନ ତଳେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବଲାଙ୍ଗିରର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେରେ ସିଧାସଳଖ ହସ୍ତକ୍ଷେପ ଲୋଡିଥିଲେ । ତାକୁ ଆଧାର କରି ଗତ ୯ ତାରିଖରେ ରାଜ୍ୟ ଜଳସେଚନ ବିଭାଗର ବିଭିନ୍ନ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ବଲାଙ୍ଗିର ଗସ୍ତ କରି ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରି ବୁଡି ଅଞ୍ଚଳ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ । ଯେଉଁ ତିନି ଜଣ ଉଚ୍ଚସ୍ତରୀୟ ଅଧିକାରୀ ଆସିଥିଲେ, ସେମାନେ ହେଲେ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ (ଆର୍‌ ଏଣ୍ଡ ଆର୍‌) ରାଜେନ୍ଦ୍ର ପଟ୍ଟନାୟକ, ନିର୍ମାଣକାରୀ ସଂସ୍ଥା ଓସିସିର ପରିଚାଳନା ନିର୍ଦ୍ଦେଶକ ଅସୀମ ମହାପାତ୍ର । ଗତକାଲି ଭୁବନେଶ୍ୱର ଫେରି ଆଜି ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କୁ ସାକ୍ଷାତ କରିବା ସହ ପ୍ରକଳ୍ପର ସମସ୍ତ ସମସ୍ୟାର ସମାଧାନ କରାଯାଇ ବିସ୍ତାପିତଙ୍କୁ ଉଚିତ୍ କ୍ଷତିପୂରଣ ଦିଆଯିବ ଓ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଅଧିକାରୀ ମାନେ ଆଲୋଚନା କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକୁ ନେଇ ବିଗତ ଦିନରେ ଯେପରି ଅସୁବିଧା ଦେଖାଯାଇଥିଲା, ତାହା ଯେପରି ଆଗାମୀ ଦିନରେ ନ ଉପୁଜିବ ଏବଂ ସମସ୍ତ ବିସ୍ତାପିତଙ୍କ ଉଚିତ୍ କ୍ଷତିପୂରଣ ଦିଆଯାଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ କଳିକେଶ ଅନୁରୋଧ କରିଥିଲେ । ଆଗାମୀ ଦିନରେ ଏହି ପ୍ରକଳ୍ପକୁ ନେଇ କୌଣସି ରାଜନୈତିକ ବାତାବରଣ ନଉପୁଜି ବଲାଙ୍ଗିରବାସୀଙ୍କ ଜୀବନ ରେଖା ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଆଶା କରୁଛି ବୋଲି ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଆଶା ପ୍ରକଟ କରିଛନ୍ତି।

jayashree
Leave A Reply

Your email address will not be published.