ଅମିତ ଶାହଙ୍କୁ ନିଶ୍ୱାସ ନେବାରେ କଷ୍ଟ : ବିଳମ୍ବିତ ରାତିରେ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଗତକାଲି ବିଳମ୍ବିତ ରାତିରେ ଏମ୍‌ସରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ଅନୁସାରେ କରୋନା ନେଗେଟିଭ୍‌ ରିପୋର୍ଟ ଆସିଥିବା ଯୋଗୁଁ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା । କିନ୍ତୁ ଏବେ ପୁଣି ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିବା ଖବରରେ କୁହାଯାଇଛି । ଗୃହମନ୍ତ୍ରୀ ଶ୍ରୀ ଶାହ ବିଗତ କିଛି ମାସରୁ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି ପରିସ୍ଥିତିରେ ପୁଣି ଗତକାଲି ରାତି ୧୧ଟା ସମୟରେ ଏମ୍‌ସରେ ତାଙ୍କୁ ଭର୍ତ୍ତି କରାଯାଇଛି । ବିଗତ ଦିନରେ ସେ କରୋନା ଭାଇରସ୍‌ ସଂକ୍ରମଣର ଶିକାର ହୋଇଥିଲେ । ଚିକିତ୍ସା ପରେ ତାଙ୍କ କରୋନା ନେଗେଟିଭ୍‌ ଆସିଥିଲା ଏବଂ ସେ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲେ । କିନ୍ତୁ ଏବେ ପୁଣି ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଗତକାଲି ବିଳମ୍ବିତ ରାତିରେ ଏମ୍‌ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.