ପୁଣି ଟ୍ରାଏଲ୍‌ ହେବ ଅକ୍ସଫୋର୍ଡ ଭେକ୍‌ସିନ୍‌ : କଂପାନୀ ଦେଲା ବୟାନ

ନୂଆଦିଲ୍ଲୀ : ଅକ୍ସଫୋର୍ଡ ୟୁନିଭର୍‌ସିଟି ଏବଂ ପିଏଲ୍‌ସି ପକ୍ଷରୁ ବିକଶିତ ହୋଇଥିବା କୋଭିଡ୍‌-୧୯ ଭେକ୍ସିନର ପରୀକ୍ଷଣ ବ୍ରିଟେନ୍‌ରେ ଜଣେ ସ୍ୱେଚ୍ଛାସେବୀ ରୋଗାଗ୍ରସ୍ତ ହୋଇ ପଡ଼ିବାରୁ ବନ୍ଦ ରହିଥିଲା । କିନ୍ତୁ ଏହାର ପରୀକ୍ଷଣ ପୁଣି ଆରମ୍ଭ ହେବ, ଏ ସଂକ୍ରାନ୍ତରେ ଅକ୍ସଫୋର୍ଡ ୟୁନିଭର୍‌ସିଟି ପକ୍ଷରୁ ସୂଚନା ଦିଆଯାଇଛି । ବାସ୍ତବରେ ଅକ୍ସଫୋର୍ଡ ୟୁନିଭର୍‌ସିଟି ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଅକ୍ସଫୋର୍ଡ କରୋନା ଭେକ୍ସିନ୍‌ର ଟ୍ରାଏଲ୍‌ ବ୍ରିଟେନ୍‌ର ସବୁ ପରୀକ୍ଷଣ କେନ୍ଦ୍ରରେ ପୁଣି ଆରମ୍ଭ କରାଯିବ । ଅବଶ୍ୟ କେବେ ଆରମ୍ଭ ହେବ ଟ୍ରାଏଲ୍‌, ଏ ସଂପର୍କରେ କିଛି କୁହା ଯାଇନାହିଁ । ଅକ୍ସଫୋର୍ଡ ୟୁନିଭର୍‌ସିଟି ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ ବିଶ୍ୱ ସ୍ତରରେ ପାଖାପାଖି ୧୮ ହଜାର ଲୋକ ଅକ୍ସଫୋର୍ଡ ଭେକ୍‌ସିନ ପାଇଛନ୍ତି । ଏଭଳି ବଡ଼ ପରୀକ୍ଷଣରେ ଏହା ଆଶା କରାଯାଉଛି ଯେ, କିଛି ଭେକ୍‌ସିନ୍‌ ପାଇଥିବା ବ୍ୟକ୍ତି ଅସୁସ୍ଥ ହୋଇଯିବେ । ଏଣୁ ସେମାନଙ୍କ ସୁରକ୍ଷାର ଦାୟିତ୍ୱ ନେବା ପୂର୍ବକ ମୂଲ୍ୟାଙ୍କନ କରାଯିବା ମଧ୍ୟ ଜରୁରୀ ।

Leave A Reply

Your email address will not be published.