csstore

ଇଲେଭେନ ଷ୍ଟାର କ୍ରିକେଟ କପ : ସେମିରେ ବୁଡେନ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ ୧୧ ତମ ଇଲେଭେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବ୍ରାହ୍ମଣ ଡ଼ିହି ବାଦୀମାଲ ଦଳକୁ ହରାଇ ଏବଂ ଦ୍ୱିତୀୟ ମ୍ୟାଚରେ ବ୍ରାହ୍ମଣ ଡ଼ିହି ବାଦୀମାଲ ଦଳକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଲ ମ୍ୟାଚରେ ବୁଡେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟରେ ୧୧୬ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ବ୍ରାହ୍ମଣଡ଼ିହି ସମସ୍ତ ଉଇକେଟ ହରାଇ ୭୦ ରନ କରି ପରାଜୟ ହୋଇଥିଲେ । ମ୍ୟାଚ ଶେଷରେ ଯୁବ ସାମ୍ବାଦିକ ନୀଳକଣ୍ଠ ଦୀପ ମୁଖ୍ୟ ଅତିଥି ଓ ମନ ବେହେରା, ଖୀରସିନ୍ଧୁ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ବୁଡେନ ଦଳର ସାଇ ରେଡିଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ସୋନୁ, ସ୍ୱାଧୀନ, ସତ୍ୟ, ସୁଶୀଲ, ସୁଶାନ୍ତ, ସୁମନ୍ତ, ଅମ୍ପାୟାରିଂ, ସୋନୁ, ଲବ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇ ଥିଲେ । ମନ ଓ ଦୀପକ ଧାରା ବିବରଣୀ ପ୍ରଦାନ କରିଥିଲେ । ସୁମନ୍ତ, ତନୁ,କାଳିଆ, ସୁଶୀଲ, ସୋନୁ, ସାନ ଆଦି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.