jsm

ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ସର୍ବଜିତ ସାହୁଙ୍କ ବିୟୋଗରେ ଶୋକସଭା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ପାଠାଗାରର ବରିଷ୍ଠ ସଭ୍ୟ ତଥା ସାହୁ ଲଜ ମାଲିକ ସର୍ବଜିତ ସାହୁଙ୍କ ବିୟୋଗରେ ପାଠାଗାରର ସଭାପତି ପ୍ରକାଶ ନେପାକଙ୍କ ଦ୍ୱାରା ଆହୁତ ଶୋକସଭାରେ ପାଠାଗାରର ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର, ଭଗବାନ ବଗର୍ତ୍ତି, ସଂପାଦକ ପ୍ରଦୀପ ସାହୁ, ଉପସଭାପତି ସନ୍ତକ ବହିଦାର, ଅନୁ ବେହେରା, ରାଜେନ୍ଦ୍ର ମିଶ୍ର ପ୍ରମୁଖ ସ୍ୱର୍ଗତ ସର୍ବଜିତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ସର୍ବଜିତ ସାହୁ ଜଣେ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ ଏବଂ ତାଙ୍କର ଟିକ୍ରାପଡା ରାମଜୀ ମନ୍ଦିର ନିର୍ମାଣ ଓ ଟିକ୍ରାପଡା ନାମଯଜ୍ଞ ଆୟୋଜନରେ ପ୍ରମୁଖ ଅବଦାନ ଥିଲା । ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ଶୋକସଭାରେ ପାଠାଗାରର ସହ-ସଂପାଦକ ଜିତେନ୍ଦ୍ର ନାଗ, ସଭ୍ୟ ରିଆଜ ଖାନ, ପ୍ରମୋଦ ସାହୁ, ସୁରେଶ ସିଂଦେଓ, ସଦାଶିବ ଶତପଥି, ଅଜିତ ପଣ୍ଡା, ଦାଶରଥି ସାହୁ, ଅବଦୁଲ ରଜାକ୍‌, ବାବୁ ଶ୍ରୀଚନ୍ଦନ, ଶିବେନ୍ଦ୍ର ସାହୁ, ମହମ୍ମଦ ଅକବର ପ୍ରମୁଖ ଯୋଗଦାନ କରି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ ।

yuvodaya
Leave A Reply

Your email address will not be published.