jsm

ଇଲେଭେନ୍‌ ଷ୍ଟାର କ୍ରିକେଟ୍‌ କପ୍‌ : ସେମି ଫାଇନାଲରେ ଗଡଭାଟି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆରେ ଇଲେଭେନ୍‌ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ୍‌ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ ଗୌଡ଼ପାଲି ଧୁମାଭଟା ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ଗଡ଼ଭାଟି ବରିହାପାଲି ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ବାଟର ଫାଇନାଲ ମ୍ୟାଚରେ ଗଡ଼ଭାଟି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୩ ଉଇକେଟ୍‌ରେ ୧୩୫ ରନ୍‌ ସଂଗ୍ରହ କରିଥିଲେ । ଏହାର ଜବାବରେ ଗୌଡ଼ପାଲି ୯ ଉଇକେଟ୍‌ ହରାଇ ୮୩ ରନ କରି ପରାଜୟ ହୋଇଥିଲେ । ମ୍ୟାଚ ଶେଷରେ ଯୁବ ସମାଜସେବୀ ରମଣୀ ହୋତା ମୁଖ୍ୟ ଅତିଥି ଓ ବଣ୍ଟି ପାଣିଗ୍ରାହୀ, ଡିଲେଶ୍ୱର ମେହେର, ନାରାୟଣ ହୋତା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଗଡ଼ଭାଟି ଦଳର ଅଜିତଙ୍କୁ ମେନ୍‌ ଅଫ୍‌ ଦି ମେଚ୍‌ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌ରେ ସୋନୁ, ସ୍ୱାଧୀନ, ସତ୍ୟ, ସୁଶୀଲ, ସୁଶାନ୍ତ, ସୁମନ୍ତ, ଅମ୍ପାୟାରିଂ, ଲବ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ମନ ଓ ଦୀପକ ଧାରା ବିବରଣୀ ପ୍ରଦାନ କରିଥିଲେ । ସୁମନ୍ତ, ତନୁ, କାଳିଆ, ସୁଶୀଲ, ସୋନୁ, ସାନ ଆଦି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.