pakka

ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

bbehera

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ଧୋବା ଭୋଇ ହାଇସ୍କୁଲ ପଡିଆରେ ଆର୍‌ଆର୍‌ସିସି ଆନୁକୂଲ୍ୟରେ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୬ଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ । ଆଜି ଫାଇନାଲ ମ୍ୟାଚରେ ମାଲପଡା, ବଲାଙ୍ଗିରକୁ ହରାଇ ରାଜୀବ ନଗର, ବଲାଙ୍ଗିର ବିଜୟ ହୋଇଥିଲା । ମୁଖ୍ୟ ଅତିଥି ସମାଜସେବୀ ଜୟକୃଷ୍ଣ ମିଶ୍ର ଉଭୟ ଦଳକୁ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଯୁବ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାର, ରାଧାକାନ୍ତ ଭୋଇ, ବିଜେଡି ନେତା ରାଜେନ୍ଦ୍ର ହୋତା, ଯୁବ ନେତା ପ୍ରମୋଦ ପଟେଲ, ଜିତୁ ସିଂଦେଓ, ସତ୍ୟବ୍ରତ ପୁଟେଲ, ଯସ୍ମିତା ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ । ଆର୍‌ଆର୍‌ସିସି କମିଟିର ଆଶୁତୋଷ ପଧାନଙ୍କ ସଂଯୋଜନାରେ ପ୍ରମୋଦ ବେହେରା, ଜୟରାମ ଭୋଇ, ରଞ୍ଜିତ ବେହେରା, ସମ୍ଭୁ ଶଙ୍କର ମିଶ୍ର, ଯଶକେତନ୍ ବେହେରା, କରୁଣା, ସଙ୍କୀର୍ତ୍ତନ, ରାଜେଶ, ଓଁକାର ପ୍ରମୁଖ ଆୟୋଜନର ଦାୟିତିବ ନେଇଥିଲେ । ଅମ୍ପେୟାର ନିଲେସ ଦଣ୍ଡସେନା, ସଙ୍କୀର୍ତ୍ତନ କୁମ୍ଭାର ଖେଳ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

eleven + 10 =