csstore

ଇତିହାସ ବିଭାଗର ସ୍ୱର୍ଗତ ପ୍ରାଧ୍ୟାପକଙ୍କ ଏକାଦଶାହ ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଇତିହାସ ବିଭାଗୀୟ ପ୍ରାଧ୍ୟାପକ ତଥା ଖଲ୍ଲିକୋଟ ଆର୍‌ସି ଏମ୍ ଜୁନିୟର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ସ୍ୱର୍ଗତ ଡ଼ଃ.ପବନ କୁମାର ସାହୁଙ୍କ ଦ୍ୱାଦଶହ ଦିବସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଶୋକବ୍ୟକ୍ତ କରିଛନ୍ତି । ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ଶୈବପୀଠରେ ଖଲ୍ଲିକୋଟ ସିନିୟର ଆରସିଏମ୍ ଅଧ୍ୟକ୍ଷ ପ୍ରଫେସର ବିମଲ ପ୍ରସାଦ ସାହୁ, ଗଞ୍ଜାମ ମହାବିଦ୍ୟାଳୟ ରାସାୟନିକ ବିଜ୍ଞାନ ବିଭାଗୀୟ ଅଧ୍ୟାପକ ରୋହିତ କୁମାର ସାହୁ, ଟି.ଅକ୍ଷୟ କୁମାର, କମଳେଶ୍ୱର ସାହୁ, କୃଷ୍ଣଚନ୍ଦ୍ର ତରାଇ, ସନ୍ତୋଷ କୁମାର ତରାଇ ପ୍ରମୁଖ ଗଞ୍ଜାମ ମହାବିଦ୍ୟାଳୟ ଓ ଖଲ୍ଲିକୋଟ ଆର୍‌ସିଏମ୍ କଲେଜ ଅଧ୍ୟାପକ ଓ ଷ୍ଟାପ ପ୍ରମୁଖ ଏବଂ ଉମାକାନ୍ତ ବେହେରା, ଅନାଥ ବେହେରା ସମେତ ବହୁ ପ୍ରାକ୍ତନ ଛାତ୍ର ଓ ନୂତନ ଛାତ୍ରଛାତ୍ରୀ ଯୋଗଦେଇ ସ୍ୱର୍ଗତ ପ୍ରାଧ୍ୟାପକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ପ୍ରାଧ୍ୟାପକ ଜଣେ ପରୋପକାରୀ, ମିଷ୍ଟଭାଷି, ମେଳାପୀ, ଧର୍ମପରାୟଣ ବ୍ୟକ୍ତିତ୍ୱ ରହିଥିବା ମତ ପ୍ରକାଶ ପାଇଥିଲା ।

jayashree
Leave A Reply

Your email address will not be published.