ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର : ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫାଣ୍ଡି ବାବୁ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ନିଜ ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ପ୍ରଥମେ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଅଫିସରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀମାନେ ବୁଝାଶୁଝା କରି ସାନ୍ତ୍ଵନା ଦେଇଥିଲେ । ପରେ ମହିଳା କନେଷ୍ଟବଳ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଫାଣ୍ଡି ଅଧିକାରୀ ପ୍ରଧାନଙ୍କୁ ନିଜ ହେପାଜତକୁ ନେଇ ପରେ ଗିରଫ କରିଥିବା ସୂଚନା ମିଳିଛି । ତେବେ ଘଟଣାକୁ ନେଇ ଅଭିଯୁକ୍ତ ପ୍ରଧାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଏଭଳି ଅଭିଯୋଗ ପରେ ମହିଳା କନେଷ୍ଟବଳ ଜଣକ ନ୍ୟାୟ ଅପେକ୍ଷାରେ । ଫାଣ୍ଡିବାବୁଙ୍କ ଏଭଳି କୁତ୍ସିତ କାଣ୍ଡ ପାଇଁ ସମସ୍ତେ ନିନ୍ଦା କରୁଛନ୍ତି ।

Leave A Reply

Your email address will not be published.

twenty − two =