pakka

ଦୁର୍ଘଟଣାରେ ଚାଲିଗଲା ହିମାଂଶୁଙ୍କ ଜୀବନ : ଆଉ ଦିନ କେଇଟା ପରେ ବାଜିଥାନ୍ତା ସାହାନାଇ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) :୧୦ ଦିନ ପରେ ବାଜିଥାନ୍ତା ସାହାନାଇ ହେଲେ ଲିଭିଗଲା ଜୀବନ ଦୀପ । ବାହାଘର ପାଇଁ ପ୍ରାୟ ସବୁକିଛି ପ୍ରସ୍ତୁତି ସରିଥିଲା । ଆଉ ୧୦ ଦିନ ପରେ ଥିଲା ବାହାଘର । ହେଲେ ବରପିଲା ଆଜି ନିଜ ସାଥୀ ସହ ବଲାଙ୍ଗିରକୁ ବାହାଘର ପାଇଁ କପଡା କିଣି ଆସୁଥିବା ବେଳେ ସାଆନ୍ତପୁର ବେଲବାହାଲି ଛକରେ ଏକ ଦୁର୍ଘଟଣା ସବୁକିଛି ଏପଟ ସେପଟ କରିଦେଲା । ଏହି ଦୁର୍ଘଟଣାରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଲସତଲା ଗ୍ରାମର ହିମାଂଶୁ ବରାଡ ତଥା ବରପିଲାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ଥିବା ଅଜୟ ବରାଡ ଗୁରତର ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଅଂଚଳରେ ଶୋକର ଛାୟା ଖେଳି ଦେଇଛି ।

jay balangir
Leave A Reply

Your email address will not be published.

eighteen − six =

error: Content is protected !!