pakka

ନାବାଳିକାଙ୍କୁ ଅପହରଣ କରି ରାଞ୍ଚିକୁ ନେଇଗଲା ବଳାତ୍କାରୀ, ୬ ମାସ ଧରି ବଳାତ୍କାର କଲା, ୧୭ ବର୍ଷର ଝିଅ ଅନ୍ତସତ୍ତ୍ୱା

bbehera

ଯଶପୁର : ଛତିଶଗଡ଼ର ଯଶପୁର ଜିଲ୍ଲାର ସନ୍ନା ପୋଲିସ ଷ୍ଟେସନ ଝାଡଖଣ୍ଡ ରାଞ୍ଚିରୁ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ୧୭ ବର୍ଷର ଝିଅକୁ ଅପହରଣ କରି ତାଙ୍କ ସହ ଜୋର୍‌ ଜବର୍‌ଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୧୩ ଅକ୍ଟୋବର ୨୦୨୧ରେ ଜଣେ ଯୁବକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଯୁବକ ଜଣକ କହିଥିଲେ ଯେ, ଜୁଲାଇ ୨୬, ୨୦୨୧ରେ ଅଭିଯୁକ୍ତ ବଂଧନ ରାମ ତାଙ୍କ ୧୭ ବର୍ଷର ନାବାଳିକା ଭଉଣୀଙ୍କ ଅପହରଣ କରି ନେଇଛି । ଆବେଦନକାରୀଙ୍କ ରିପୋର୍ଟରେ, ସନ୍ନା ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୬୩ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ ହୋଇଥିଲା ।

ମାମଲାର ତଦନ୍ତ ବେଳେ ପୋଲିସ ଅଭିଯୁକ୍ତ ବଂଧନ ରାମଙ୍କ ବିଷୟରେ ସୂଚନା ପାଇଥିଲା । ପୋଲିସ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ଅପହରଣ ହୋଇଥିବା ନାବାଳିକା ଜଣଙ୍କୁ ବିଶ୍ରାମପୁରକୁ ନେଇ ଯାଇଥିଲେ ଏବଂ ପରେ ତାଙ୍କୁ ରାଞ୍ଚି ନିଆଯାଇଥିଲା । ଏକ ପୋଲିସ୍ ଟିମ୍ ଗଠନ କରିବା ପରେ ଇନ୍ସପେକ୍ଟର ସାନ୍ତଲାଲ ରାଞ୍ଚିକୁ ଯାଇ ଚଢ଼ଉ କରିଥିଲେ । ଅପହରଣ ହୋଇଥିବା ନାବାଳିକାଙ୍କୁ ଜାନୁଆରୀ ୩୦ରେ ପୋଲିସ ଦଳ ଅଭିଯୁକ୍ତ ବନ୍ଧନ ରାମଙ୍କ ନିକଟରୁ ଉଦ୍ଧାର କରିଥିଲା । ଏହା ବ୍ୟତୀତ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ । ଏହା ପରେ ପଚରାଉଚରା କରାଯାଇଥିଲା ।

ପୋଲିସର ସୂଚନାନୁସାରେ, ଅପହରଣ ହୋଇଥିବା ନାବାଳିକାଙ୍କୁ ପଚରାଉଚରା ବେଳେ ସେ କହିଥିଲେ ଯେ, ତାଙ୍କ ପୂର୍ବ ପରିଚିତ ବନ୍ଧନ ରାମ ତାଙ୍କୁ ବିବାହ କରିବାର ବାହାନା କରି ତାଙ୍କୁ ବିଶ୍ରାମପୁର ଏବଂ ରାଞ୍ଚିରେ ନେଇ ବଳାତ୍କାର କରିଥିଲେ । ଅଭିଯୁକ୍ତ ବଳାତ୍କାର କରିବା ପରେ ପୀଡିତା ଗର୍ଭବତୀ ହୋଇଛନ୍ତି ।

jay balangir
Leave A Reply

Your email address will not be published.

3 × one =