pakka

ଯୁବକଙ୍କ ଆତ୍ମହତ୍ୟା : ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କଲା ପୋଲିସ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ବନ୍ଦର ସାହିର ସୋମନାଥ ଗୌଡ଼(୨୩)ଘର ଗାଧୁଆ ଘରେ ପିନ୍ଧିଥିବା ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ମହିଳା ଏଏସ୍‌ଆଇ ସୁପ୍ରଭା ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ରହିଥିବା ମୃତ ଦେହ ଉଦ୍ଧାର କରିଛନ୍ତି । ଏଥିସହ ଛତ୍ରପୁର ସାଇଣ୍ଟିଫିକ ଟିମ୍‌ର ପ୍ରଭାତି ପଟ୍ଟନାୟକ ଓ ପ୍ରଣତି ନାୟକ ମଧ୍ୟ ପହଞ୍ଚି ଘଟଣାର ଛାନଭିନ୍ନ ଆରମ୍ଭ କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ମୃତ ଯୁବକ ଜଣକ ବେଙ୍ଗଲୋରରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ସେ ଅପରାହ୍ନରେ ଘରକୁ ଆସିଥିଲେ । ମୃତ ଯୁବକଙ୍କ ବାପା ମା’ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଘରେ ଜେଜେମା ଓ ଜଣେ ଅବିବାହିତ ଭଉଣୀ ଅଛନ୍ତି ବଡ଼ ଭାଇ ବାଙ୍ଗାଲୋରରେ କାମ କରୁଛନ୍ତି । ଜେଜେ ମା’ଙ୍କୁ ଅଣ୍ଡା ଆଣିବାକୁ କହି ପାଇଖାନା ଯାଉଛି କହି ଗାଧୁଆ ଘରେ ମଙ୍ଗଳବାର ସନ୍ଧ୍ୟା ୪ଟା ବେଳେ ସେ ଆତ୍ମହତ୍ୟା କରିଥିବା ଜେଜେମା’ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଞ୍ଜାମ ଥାନା ପକ୍ଷରୁ ୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଛେଦ ପାଇଁ ପଠାଯାଇଛି ।

jay balangir
Leave A Reply

Your email address will not be published.

seventeen + eleven =

error: Content is protected !!