jayashree

ଅଙ୍ଗନବାଡ଼ିରେ ଅବହେଳା ନା ଦୁର୍ଘଟଣା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକର କୁଶକେଲା ପଞ୍ଚାୟତ ଅନ୍ତର୍ଗତ ଖଲିଆପଡ଼ା ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପେଜ ପଡ଼ି ୩ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇ ଟିଟିଲାଗଡ ମାତୃ ଶିଶୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତେବେ ଶିଶୁର ଆଜି ଦ୍ୱିତୀୟ ଥର ଡ୍ରେସିଂ ସରିଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲ ସୂଚନା ଦେଇଛନ୍ତି । ଘଟଣାଟି ଦୁଇ ଦିନ ପୂର୍ବରୁ ଘଟିଛି । ଶିଶୁଟି ଚିକିତ୍ସାଧୀନ ଥିବାବେଳେ ଘଟଣାକୁ ନେଇ ଅବହେଳାର ପ୍ରଶ୍ନ ଉଠିଛି । ଏଭଳି ଘଟଣା ପୁଣି ନଘଟିବା ପାଇଁ ଦାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଥିବା ବେଳେ ଏହା ଦୁର୍ଘଟଣା ନା ଅବହେଳା ବିଭାଗୀୟ ଅଧିକାରୀ ତଦନ୍ତ କଲାପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି । କିଏ ଜାଣିଶୁଣି ଏଭଳି କୌଣସି କାମ କରେ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି ।

Leave A Reply

Your email address will not be published.