pakka

ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା

bbehera

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ବାରିଗାଁ ନିକଟରେ କାର୍‌ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଖବର ଅନୁଯାୟୀ, କଟକ ଜିଲ୍ଲା ବାଙ୍କୀ ଜଗନ୍ନାଥପୁର ଅଞ୍ଚଳର ଗୋଟିଏ ପରିବାର ୫ ଜଣ ଲୋକେ ଘଟଗାଁ ମା ତାରିଣୀ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ଫେରିବା ବେଳେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଥିବା କିଛି ଲୋକେ ଆହତ ହୋଇଥିଲେ । ଏହାପରେ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ଥିବାରୁ ତିନି ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି ।

jay balangir
Leave A Reply

Your email address will not be published.

7 + nine =

error: Content is protected !!