ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ । ସମସ୍ତ ପ୍ରକାର ଯାଂଚ ପରେ ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସୂଚନା ଦିଆଯାଇଛି । ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ । ଜିଲ୍ଲାପାଳଙ୍କ ଚୂଡାନ୍ତ ରିପୋର୍ଟ ଆଧାରରେ ମୁଖ୍ୟ ସଚିବଙ୍କଠାରୁ ଏହି ସୂଚନା ମିଳିଛି । ତେବେ ଏଥିରୁ ଭୁବନେଶ୍ୱରକୁ ମୋଟ୍‌ ୧୯୩ଟି ମୃତଦେହ ଆସିଥିବା ବେଳେ ବାଲେଶ୍ୱରରେ ୯୪ଟି ମୃତଦେହ ପରିବାର ଲୋକଙ୍କୁ ଦିଆଯାଇଥିଲା । ଭଦ୍ରକ ମେଡିକାଲରେ ଜଣେ ମୃତବରଣ କରିଥିବା ବେଳେ ଶବ ପରିବାରକୁ ଦିଆଯାଇଛି । ଭୁବନେଶ୍ୱରକୁ ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ ହୋଇପାରିଥିବା ବେଳେ ମୋଟ ୨୮୮ରୁ ୨୦୫ଟି ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ହୋଇ ସାରିଥିବା ସୂଚନାରେ କୁହାଯାଇଛି । ଆଉ ୮୩ଟି ମୃତଦେହ ରହିଛି, ସେ ସବୁର ଡିଏନ୍‌ଏ ସାମ୍ପଲ ରଖାଯାଇଛି । ତେବେ ସେ ସବୁ ମୃତଦେହର ଦାବିଦାର ଆସିଲେ ଡିଏନ୍‌ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି । ତେବେ ଏହି ଭୟାବହ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ମଧ୍ୟରେ ଭଦ୍ରକରୁ ୮, ଯାଜପୁରରୁ ୨, ବାଲେଶ୍ୱରରୁ ୧୪, ମୟୂରଭଂଜରୁ ୯, ଖୋର୍ଦ୍ଧାର ୨, କଟକରୁ ୩ ଓ କେନ୍ଦୁଝରରୁ ଜଣେ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

four + thirteen =