ବାଇକ ଦୁର୍ଘଟଣାରେ ଜଣେ ମହିଳା ମୃତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅଧିନସ୍ଥ ପିପଲବାହାଲ ଲାନ୍ଥ ନଦୀ ପାଖରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ମହିଳା ଜଣକ ହେଲେ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗ୍ରାମର ପୁର ମଲ୍ଲିକ (୪୫) । ସୂଚନା ଅନୁସାରେ ପୁର ତାଙ୍କ ପୁଅ ଓ ଜ୍ବାଇଁ ସହିତ ଭାଲୁବାହାଲି ଗ୍ରାମକୁ ବିବାହ କାର୍ଡ ବଣ୍ଟନ କରିବା ପାଇଁ ଯାଉଥିବା ସମୟରେ ଠିକ୍ ପିପଲବାହାଲ ଲାନ୍ଥ ନଦୀ ନିକଟରେ ବାଇକରୁ ପଡିଯାଇଥିଲେ । ଘଟଣା ସମ୍ପର୍କରେ ଖପ୍ରାଖୋଲ ବ୍ଲକ ବିଜେପି ଏମ୍‌ପି ପ୍ରତିନିଧି ପ୍ରବିଣ କୁମାର ଅଗ୍ରଓ୍ବାଲ ଘଟଣାସ୍ଥଳକୁ ଯାଇ ଲାଠୋର ପୋଲିସକୁ ଫୋନ କରି ଜଣାଇବାରୁ ଲାଠୋର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଆମ୍ବୁଲାନସକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନସ୍‌ ନଆସିବାରୁ ଲାଠୋର ଥାନା ଏସ୍‌ଆଇ ପ୍ରଫୁଲ କିସାନ ପୁରଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଗାଡିରେ ଲାଠୋର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଲାଠୋର ସ୍ବାସ୍ଥ୍ୟକେନ୍ଦ୍ର ଛୁଟି ଥିବାରୁ ପୁରଙ୍କୁ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇଥିଲେ ।ଖପ୍ରାଖୋଲ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ପାଟଣାଣାଗଡ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ପାଟଣାଗଡ ସ୍ବାସ୍ଥକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ପୁରଙ୍କ ମୃତ୍ୟୁ ହୋଇଯାଇଥିଲା ।

Leave A Reply

Your email address will not be published.

thirteen − ten =