pakka

ଶଙ୍କରଭୋଜିଠାରେ ଟ୍ରକ ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଛତାମଖନାର ଶଙ୍କରଭୋଜିଠାରେ ଟ୍ରକ ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ ବୋଲି ଖବର ମିଳିଛି । ସୂଚନା ଅନୁସାରେ ଟ୍ରକଟି ବଲାଙ୍ଗିରରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ଅଜଣା ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ପରେ ଖବର ପାଇ ଅଗ୍ନିଶମବାହିନୀ ଟ୍ରକ ଚାଳକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିବା ବେଳେ ପୁଇଁନ୍ତଲା ପୋଲିସ ଓ ଚାଳକଙ୍କ ପରିବାରର ଉପସ୍ଥିତରେ ଚାଳକଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରେ ଚାଳକଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଚାଳକ ଜଣକ ବ୍ରଜରାଜନଗର ଅଖିଳେଶ ୟାଦବ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

15 − nine =