pakka

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ପାଖରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ବୁଧବାର ସନ୍ଧ୍ୟା ସମୟରେ ଘଟିଯାଇଛି । ସୂଚନା ଅନୁଯାୟୀ କିନ୍ଦରିଟାଲ ନିବାସୀ ନିରଞ୍ଜନ ବେହେରାଙ୍କ ପୁତ୍ର ଚନ୍ଦନ ବେହେରା (୧୮) ଏବଂ ସେହି ଗ୍ରାମର ମୁକୁନ୍ଦ ବେହେରାଙ୍କ ପୁତ୍ର ଶୁଭମ ବେହେରା (୧୭) ନିଜ ଗାଁ କିନ୍ଦରିଟାଲରୁ ଗମ୍ଭାରୀ ନିଜ ପେଶନପ୍ରୋ ବାଇକ ନଂ OD03J-9572ରେ ଆସିଥିଲେ । ଗମ୍ଭାରୀରେ କାମସାରି ବେଲପଡା ରାସ୍ତାରେ ଦ୍ରୁତଗତିରେ ଯାଉଥିବା ସମୟରେ କଂସାପଲା ଛକ ପାଖରେ ଭାରସାମ୍ୟ ହରାଇ ଗୋଟିଏ ଇଲେକ୍ଟ୍ରି ପୋଲରେ ପିଟି ହୋଇ ଘଟଣାସ୍ଥଳରେ ଚାଳକ ଚନ୍ଦନ ବେହେରାଙ୍କ ମୃତ୍ୟୁ ଘଟିଛି । ତାଙ୍କ ସାଥିରେ ଥିବା ଶୁଭମକୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଏମ୍ବୁଲେନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖପ୍ରାଖୋଲ ଅଗ୍ନିଶମ ଦଳ ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି । ସେପଟେ ଖପ୍ରାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

5 × 5 =