pakka

ମାସ୍କ, ହେଲମେଟ ପିନ୍ଧିନଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଦୁଇ ଚକିଆ ଯାନ ଚଳାଇବା ବେଳେ ହେଲମେଟ ପିନ୍ଧି ନ ଥିବା ଏବଂ କୋଭିଡ -୧୯ ସହ ଜଡିତ ନିୟମକୁ ଉଲଂଘନ କରୁଥିବା ପୋଲିସ ଅଧିକାରୀଙ୍କ ପାଇଁ ଏକ କଡ଼ା ଖବର । ବାସ୍ତବରେ, ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଯେଉଁ ଦିଲ୍ଲୀ ପୋଲିସ ଅଧିକାରୀମାନେ ହେଲମେଟ ବିନା ଦୁଇ ଚକିଆ ଯାନ ଚଲାଉଛନ୍ତି ଏବଂ ମାସ୍କ ନ ପିନ୍ଧି କୋଭିଡ -୧୯ର ନିୟମ ଉଲ୍ଲଂଘନ କରୁଛନ୍ତି ସେହି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟବାହକ ମୁଖ୍ୟ ବିଚାରପତି ବିପିନ ସାଂଘି ଏବଂ ଜଷ୍ଟିସ ସଚିନ ଦତ୍ତଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ଯେ, ପୋଲିସ ଅଧିକାରୀମାନେ ଆଇନ ଅନୁସରଣ କରି ଉଦାହରଣ ସୃଷ୍ଟି କରିବା ଉଚିତ ।

Leave A Reply

Your email address will not be published.

16 − 8 =