pakka

ନୁତନ ବସ୍‌ ଟର୍ମିନାଲକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି

kalikesh
  • ଜିଲ୍ଲାପାଳ ଓ ରାଜ୍ୟ ପରିବହନ ନିଗମ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ କ୍ଷେତ୍ର ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ବସ୍‌ ଟର୍ମିନାଲକୁ ଅତିଶୀଘ୍ର କାର୍ୟ୍ୟକ୍ଷମ କରାଯିବ । ଏନେଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ରାଜ୍ୟ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକଙ୍କ ସହ ଜିଲ୍ଲା ଘରୋଇ ବସ ମାଲିକ ସଂଘର ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚୁଡାନ୍ତ ଆଲୋଚନା ହୋଇଥିବା ଜଣାଯାଇଛି । ଜିଲ୍ଲାପଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପରିବହନ ନିଗମର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହ ଜିଲ୍ଲା ଘରୋଇ ବସ ମାଲିକ ସଂଘର ଆଲୋଚନା ହୋଇଯାଇଛି । ନୁତନ ବସ ଟର୍ମିନାଲକୁ ସମଗ୍ର ରାଜ୍ୟର ଏକ ଆଦର୍ଶ ବସ ଟର୍ମିନାଲ ଭାବରେ ପରିଣତ କରିବାକୁ ଜିଲ୍ଲାପାଳ ଓ ପରିବହନ ନିଗମ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପରାମର୍ଶ ଦେବା ସଙ୍ଗେ ଏହାକୁ ବଲାଙ୍ଗିର ବାସୀ ଏକ ତମାଖୁ ମୁକ୍ତ ଓ ସ୍ୱଚ୍ଛ ବସଷ୍ଟାଣ୍ଡଡ୍‌ରେ ପରିଣତ କରିବା ପାଇଁ ଆଗେଇ ଆସିବେ ବୋଲି ମତ ପ୍ରକାଶ କରିଥିଲେ । ବୈଠକରେ ପୌରାଧ୍ୟକ୍ଷା ଲିକା ସାହୁ ମଧ୍ୟ ବଲାଙ୍ଗିର ବାସୀଙ୍କ ସ୍ୱାର୍ଥ୍ୟ ସମ୍ମିଳିତ ମତ ଉପସ୍ଥାପନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାପାଳ ଦୀର୍ଘ ୪ ମାସ ଧରି ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ତରିକ ଉଦ୍ୟମ କରି ଆସୁଥିଲେ । ବର୍ତ୍ତମାନର ପୁରୁଣା ବସଷ୍ଟାଣ୍ଡକୁ ଏକ ସିଟି ବସଷ୍ଟପ୍‌ ଭାବରେ ବ୍ୟବହାର କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିବା ଜଣାଯାଇଛି । ନୁତନ ବସଷ୍ଟାଣ୍ଡରେ ଅତିଶୀଘ୍ର ଏକ ଶୌଚାଳୟ ନିର୍ମାଣ କରାଯିବ ବୋଲି ମଧ୍ୟ ନଷ୍ପତ୍ତି ନିଆଯାଇଛି । ଯାତ୍ରୀ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ମତ ପ୍ରକାଶ ପାଇବା ସଂଗେ ସେଠାରେ ଏକ ପୋଲିସ ଫାଣ୍ଡି ମଧ୍ୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ବୈଠକ ଅତ୍ୟନ୍ତ ସୌହାର୍ଦ୍ଦପୂର୍ଣ୍ଣ ଥିଲା ବୋଲି ପ୍ରକାଶ । ବୈଠକ ପରେ ପରେ ଜିଲ୍ଲାପାଳ ଏବଂ ରାଜ୍ୟ ପରିବହନ ମୁଖ୍ୟ ନିର୍ଦ୍ଦେଶକଙ୍କ ସହ ସମସ୍ତ ଅଧିକାରୀ ନୂତନ ବସଷ୍ଟାଣ୍ଡ ପୁରୁଣା ସରକାରୀ ବସଷ୍ଟାଣ୍ଡ ସହ ଘରୋଇ ବସ ମାଲିକ ସଂଘ କାର୍ୟ୍ୟାଳୟକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରାଯାଇ ଯାତ୍ରୀମାନଙ୍କ ସୁବିଧା ପାଇଁ ଆହୁରି ଭିତ୍ତିଭୂମିର ବିକାଶ ପାଇଁ ଅନୁରୋଧ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା, ଉପସଭାପତି ସୌମେନ୍ଦ୍ର ପରିଚ୍ଛା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ, ସହ ସମ୍ପାଦକ ଲିକୁନ ଆଚାର୍ୟ୍ୟ, ବରିଷ୍ଠ ସଭ୍ୟ ଦୁର୍ଗା ଚରଣ ବେହେରା, ଓମ ପ୍ରକାଶ ଚାନ୍ଦ, ଅକ୍ଷୟ କଣ୍ଟା, ଆଶୁତୋଷ ମିଶ୍ର, ସୁନିଲ ମିଶ୍ର, ଡମ୍ବରୁ ଧର ଆଚାର୍ୟ୍ୟ, ମନୋଜ ଗୁରୁ, ସଞିବ ପଣ୍ଡା, ଚନ୍ଦ୍ରମଣି ତ୍ରିପାଠି, ଜୟନ୍ତ ସିଂଦେଓ, ଅରୁଣ ବରାଇ, ରିଙ୍କୁ ଭୋଇ, ଭବାନି ପଟେଲ, ପ୍ରଶାନ୍ତ ପଣ୍ଡା, ଲକି ସାହୁଙ୍କ ସମେତ ସମସ୍ତ ବସ ମାଲିକ ଯୋଗଦାନ କରିଥିଲେ ।

pp
Leave A Reply

Your email address will not be published.

14 − two =