pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର ମୃତ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅର୍ଜୁନପୁର ବୁର୍ଡ ରାସ୍ତାକଡରେ ଥିବା ଏକ ବରଗଛରେ କୋଇଲା ବୋଝେଇ ଟ୍ରକ ପିଟି ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକଟି ସୋନପୁର ପଟୁ ବିଶିମୁଣ୍ଡା ଗାଁକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜୋରରେ ଏକ ବରଗଛରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ କଟର ସାହାଯ୍ୟରେ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି । ଏ ପର୍ଯ୍ୟନ୍ତ ଡ୍ରାଇଭରଙ୍କ ପରିଚୟ ମିଳିନଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

one × four =

error: Content is protected !!