pakka

ଦେବେନ୍ଦ୍ର ମିଶ୍ରଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ରକ୍ତଦାନ ଶିବିର ଆୟୋଜିତ

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ପ୍ରଥମ ଇଲେକ୍ସନ କମିଶନ୍ ଦେବେନ୍ଦ୍ର ମିଶ୍ରଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହା ୱିନର ଆସୋସିଏସନ୍‌ର ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ରଙ୍କ ନେତୃତ୍ୱ ତଥା ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ହୋଇଥିବା ବେଳେ ଏଠାରୁ ମୋଟ ୫୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ରହିଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ, ପୂର୍ବତନ କର୍ପୋରେଟର ନରେନ ସାହୁ, ଶ୍ରୀମତୀ ଶାଶ୍ଵତୀ ମିଶ୍ର , ସମୀର ପ୍ରଧାନ, ବିଭୁଦତ୍ତ ଦାସ ଓ ୱିନର ଆସୋସିଏସନ୍‌ର ସଭାପତି ଲାଲା ରାୟ ଉପସ୍ଥିତ ଥିଲେ । ରକ୍ତଦାନ ଶିବିରର ସଞ୍ଚାଳନ ତଦାରଖ କରିଥିଲେ ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ।

jay balangir
Leave A Reply

Your email address will not be published.

5 × two =

error: Content is protected !!