pakka

ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଦମ୍ପତିଙ୍କ ଉପରେ ଛୁରା ମାଡ଼

bbehera

• ସଙ୍କଟାପନ୍ନ ଅବସ୍ଥାରେ ଦମ୍ପତି, ବଡ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଘରେ ବସିଥିବା ସମୟରେ ଛୁରାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆସିକା ବ୍ଲକ୍ ବାବନପୁର ପାଟଣା ସାହି ବାସିନ୍ଦା ପ୍ରମୋଦ ଚନ୍ଦ୍ର ଦାଶ ଓ ତାଙ୍କ ସ୍ତ୍ରୀ ଗିରିଜା ଦାଶଙ୍କୁ ଛୁରୀରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କେହି ଜଣେ ଅଜଣା ଦୁର୍ବୃତ୍ତ ଆସି ଏଭଳି ଘଟଣା ଘଟାଇ ଥିବା ଜଣାପଡିଛି । ଗାଁ ଲୋକଙ୍କ ସହଯୋଗରେ ପ୍ରଥମେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ପ୍ରମୋଦ ଦାଶଙ୍କ ପେଟରେ ଛୁରୀ ମାଡ ହୋଇଥିବା ବେଳେ ସ୍ତ୍ରୀ ଗିରିଜାଙ୍କୁ ମୁଣ୍ଡରେ ଛୁରା ମାଡ ହୋଇଥିବା ଜଣାପଡିଛି । ପ୍ରମୋଦ ଦାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା କରି ଉଭୟଙ୍କୁ ସଂପୃକ୍ତ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

jay balangir
Leave A Reply

Your email address will not be published.

five × one =

error: Content is protected !!