pakka

ଛୁଇବନ୍ଧ ନିକଟରେ ସ୍କୁଟି ଦୁର୍ଘଟଣାରେ ପିଏଚ୍‌ଡ଼ି କର୍ମଚାରୀଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରାସ୍ତା ସହରର ଉପକଣ୍ଠ ଛୁଇବନ୍ଧ ନିକଟରେ ସ୍କୁଟି ଦୁର୍ଘଟଣାରେ ଜଣେ ପିଏଚ୍‌ଡ଼ି କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଗତକାଲି ସନ୍ଧ୍ୟାରେ ପିଏଚ୍‌ଡ଼ି କର୍ମଚାରୀ ଲାଦେରବାହାଲ ଗାଁର ମଦନ ମୋହନ ବେଶ୍ରା ନିଜ ଡ୍ୟୁଟି ସାରି ନିଜ ଗାଁକୁ ସ୍କୁଟିରେ ଫେରିବା ସମୟରେ ଛୁଇବନ୍ଧ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଆଡ଼୍‌ମିଟ୍‌ କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବୁର୍ଲା ନିଆଯାଉଥିବା ବେଳେ ତାଙ୍କ ଦେହାନ୍ତ ଘଟିଥିଲା ।

Leave A Reply

Your email address will not be published.

10 + seven =