csstore

ମୁନିଗୁଡାରେ ବ୍ଲକ ସ୍ତରୀୟ ଚଇତିରେ ଦୁଲୁକିଲା ମଣ୍ଡପ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ରାୟଗଡା ଜିଲ୍ଲାର ମୁନିଗୁଡା ଠାରେ ପଂଚାୟତ ସ୍ତରୀୟ ଚଇତି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାର ଏହି ସୁନ୍ଦର ପ୍ରୟାସ ବାସ୍ତବିକ ଅତି ଆକର୍ଷଣୀୟ ହେଇପାରିଥିଲା । ଚଇତିର ମଳୟରେ ଶିହରୀ ଉଠିଥିଲା ଚଇତି ମଣ୍ଡପ । ବିଧାୟକ ନୀଳମାଧବ ହିକକା, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ସୁନା, ପଂଚାୟତ ସମିତିର ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡରୁକା, ଉପାଧ୍ୟକ୍ଷ ଆଦର୍ଶ କୌଶଲ୍ୟା, ବିଜେପିର ଜିଲ୍ଲା ସଭାପତି କାଲିରମ ମାଝୀ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଉପସଭାପତି ରାମଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟା ମାଧବୀ କାନ୍ଧପାଣି ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସହ ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ୟ୍ୟକ୍ରମ ଗୁଡିକ ଅତ୍ୟନ୍ତ ଆକର୍ଷଣୀୟ ଥିଲା । ତେବେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକର ଲାଗିଥିବା ଷ୍ଟଲ ଗୁଡିକ ପାଇଁ ମୁନିଗୁଡା ଚଇତି ଉତ୍ସବ ଆହୁରି ଆକର୍ଷଣୀୟ ହୋଇଥିଲା । ସେହି ଭଳି ଆଜି ସକାଳୁ ୭.୩୦ରୁ ଏକ ମାରାଥନ ଦୌଡ ସହିତ, ମାଆ ଠାକୁରାଣୀ ମନ୍ଦିରରୁ ପୂଜାର୍ଚ୍ଚନା କରି ଚଇତି ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା । ପ୍ରତ୍ୟେକ ନୃତ୍ୟ ଗୀତରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ, ଆଗକୁ କଳା ଓ ସଂସ୍କୃତିକୁ ବଞ୍ଚାଇବାର ପ୍ରୟାସରେ ମୁନିଗୁଡା ବ୍ଲକ ପ୍ରଶାସନ ଏକ ଭୂମିକା ତୁଳାଇବାରେ ଏକ ପ୍ରକାର ସକ୍ଷମ ହୋଇ ଭୁରି ଭୁରି ପ୍ରଶଂସା ସାଉଁଟି ପାରିଛି ।

jayashree
Leave A Reply

Your email address will not be published.