କୁକୁରଖାଇରେ ପଞ୍ଚତାଳ ଦୁଲଦୁଲି ସଂଘର ବୈଠକ : ମହାମାରୀ ଯୋଗୁଁ ହୋଇଥିବା କଟକଣାରେ ବେପାର ବନ୍ଦ ଯୋଗୁଁ ସରକାରୀ ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଦୁଲଦୁଲି ବାଜା ସଂଘର ସଭାପତି ମୋହନ କୁମାର ଓ ସମ୍ପାଦକ ନିମାଇଁ ନାଗଙ୍କ ନେତୃତ୍ୱରେ କୁକୁରଖାଇ ଗାଁର ଆମ୍ବତୋଟାରେ ଦେଓଗାଁ ବ୍ଲକର ସମସ୍ତ ଦୁଲଦୁଲି ବାଜା କମିଟିର ମ୍ୟାନେଜରମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କରୋନା ଯୋଗୁଁ ହୋଇଥିବା ଲକଡ଼ାଉନ ପାଇଁ ବାଜା କମିଟିମାନଙ୍କ ସହ ମ୍ୟାନେଜର ଓ କଳାକାରମାନଙ୍କ ହୋଇଥିବା କ୍ଷୟକ୍ଷତି ପାଇଁ ମହାମାରୀ ପରିସ୍ଥିତିରେ ସହାୟତା ପ୍ରଦାନ କରିବାକୁ ସରକାରଙ୍କୁ ଅନେକ ଥର ଅନୁରୋଧ ଜଣାଇବା ପରେ ମଧ୍ୟ କର୍ଣ୍ଣପାତ କରି ନଥିବା ଅଭିଯୋଗ ହୋଇଥିଲା । ସରକାର ଯେପରି ବ୍ୟବସାୟ ପ୍ରତିଷ୍ଠାନ, ମନ୍ଦିର ପୂଜାବିଧି, ବିବାହ ଉତ୍ସବ ପାଇଁ କରୋନ କଟକଣା ଉଚ୍ଛେଦ କରିଛନ୍ତି, ଠିକ୍ ସେହିପରି ଦୁଲଦୁଲି ବାଜା ପର୍ତିଙ୍କୁ ବାଜା ବଜେଈବା ପାଇଁ ଅନୁମତି ଦେବାକୁ ଦାବୀ କରିଛନ୍ତି । ଏହି ସଭାରେ ପଞ୍ଚତାଳ ସଂଘର ସଭାପତି ରାଜ ହେର୍ନା, ସମ୍ପାଦକ ଜୟସିଂହ କୁମ୍ଭାର, ମ୍ୟାନେଜରମାନଙ୍କ ମଧ୍ୟରେ ଚକ୍ରଧର ବିନ୍ଧାଣି, କୁମର ସୁନା, ଛବି ମହାନନ୍ଦ, ପ୍ରତାପ ରଣା, କୁମ୍ଭ ବାଗ, ସୁଶାନ୍ତ ନନ୍ଦ, ଲିଙ୍ଗରାଜ ଭୋଇ, ଟଙ୍କଧର ବାରିକ, ଗଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.