ଝୁଲନ୍ତା ମୃତ ଦେହ ଉଦ୍ଧାର

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରାଜାପଡାର ସ୍‌ସ୍ୱର୍ଗତ ସତ୍ୟନାରାୟଣ ପୁରୋହିତଙ୍କ ସାନ ପୁଅ ବିନାୟକ ପୁରୋହିତ(୨୩)ଙ୍କ ଝୁଲନ୍ତା ମୃତ ଦେହ ତା‌ଙ୍କ ଘରୁ ଲାଞ୍ଜିଗଡ଼ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ଲାଞ୍ଜିଗଡ଼ ରାଜାପଡାର ବିନାୟକ ସନ୍ଧ୍ୟାରେ ଘରକୁ ଆସି ନିଜ ଜେଜେମା ଦମୟନ୍ତୀ ପୁରୋହିତଙ୍କ ସହିତ ପାଟିତୁଣ୍ଡ କରିଥିଲେ । ଭୟରେ ଜେଜେମା ନିକଟସ୍ଥ ମନ୍ଦିରରେ ଯାଇ ରାତିରେ ଶୋଇଥିଲେ । ସକାଳେ ଯାଇ ଘରେ ଦେଖିବା ବେଳେ ବିନାୟକ ଏକ ଶାଢୀରେ ବେକରେ ଫାଶ ଲଗାଇ ମୃତ୍ୟୁ ବରଣ କରିଛନ୍ତି ।
ଜେଜେମା ଦମୟନ୍ତୀ ନିଜ ପାଖ ପଡ଼ିଶାଙ୍‌ଙ୍କୁ ଜଣାଇବା ପରେ ନିଜ ଝିଅ ଘରକୁ ଯାଇ ନାତି ମଧୁସୂଦନ ପଣ୍ଡାଙ୍କୁ ଜଣାଇଥିଲେ । ଏହାପରେ ଶ୍ରୀ ପଣ୍ଡା ନିଜ ବନ୍ଧୁ ବାନ୍ଧବଙ୍କୁ ଜଣାଇବା ପରେ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏହାପରେ ଲାଞ୍ଜିଗଡ଼ ଏସଆଇ କୃତିବାସ ପୁଝାରୀ ଘଟଣା ସ୍ଥଳକୁ ଯାଇ ବିନାୟକର ଝୁଲନ୍ତା ଶବ ଉଦ୍ଧାର କରିଥିଲେ । ପରେ ଘଟଣାର ତଦନ୍ତ କରି କେସ ନଂ.୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଆଜିକୁ ଦେଢ଼ ବର୍ଷ ହେଲା ମୃତ ବିନାୟକଙ୍କ ବଡଭାଇ ବିଦ୍ୟାଧର ପୁରୋହିତ ବମ୍ବେକୁ ଦାଦନ ଖଟି ଯାଇଥିବା ବେଳେ ମଝିଆ ଭାଇ ବିଜୟ ପୁରୋହିତ ୪ ମାସ ହେଲା ଗୋଆକୁ ଯାଇଛନ୍ତି । ଘରେ ଏକୁଟିଆ ଜେଜେମା ସହିତ ବିନାୟକ ରହୁଥିଲା ବୋଲି ଜେଜେମା ଦମୟନ୍ତୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.