ଶିଶୁପୁତ୍ରକୁ କିଡନେପ୍ କରି ୧୦ ଲକ୍ଷ ଟଙ୍କା ଦାବୀ କଲେ ଦୁବୃର୍ତ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ରବିବାର ସନ୍ଧ୍ୟାରେ ଜଣେ ୫ବର୍ଷର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଶିଶୁଟି ଖେଳୁଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ଅପହୃତ ଶିଶୁ ବରଗଡ଼ ସିମେଣ୍ଟ କାରଖାନାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ପୁଅ ହୋଇଥିବା ଯୋଗୁଁ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏ ସମ୍ପର୍କରେ ବରଗଡ଼ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀଙ୍କୁ ପଚାରିବାରୁ ସେଭଳି ଏକ ଖବର ମିଳିଛି ଓ ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ବୋଲି କହିଛନ୍ତି । ଅନ୍ୟପକ୍ଷେ ଘଟଣାସ୍ଥଳରୁ ଏକ ଇଂରାଜୀରେ ଲେଖାଥିବା ଚିଠି ଜବତ ହୋଇଛି । ଏଥିରେ ଦୁବୃର୍ତ୍ତ ମାନେ ୧୦ ଲକ୍ଷ ଟଙ୍କା ଦେଲେ ପରିବାର ଲୋକେ ପୁଅଙ୍କୁ ସୁରକ୍ଷିତ ଭାବେ ଫେରି ପାଇବେ ବୋଲି ଉଲ୍ଲେଖ ରହିଛି ।

Leave A Reply

Your email address will not be published.

6 − six =