ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ

କେନ୍ଦୁଝର, (କେପିଏନ୍‌ଏସ୍‌) : ଆନନ୍ଦପୁରରେ ଗତ ବିଳମ୍ବିତ ରାତିରେ ୨ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣ ହେଲପର୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଦ୍ୱୟଙ୍କ ଘର ଆନନ୍ଦପୁରର ଜୋକନାଳି ଅଞ୍ଚଳରେ ବୋଲି ଚୁହାଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଏକ ଟ୍ରକ୍ ଛିଡ଼ା ହୋଇଥିଲା । ଖରାପ ଟ୍ରକ୍‌କୁ ୨ ଜଣ ହେଲ୍‌ପର୍‌ ଠିକ୍‌ କରୁଥିଲେ । ସେହି ସମୟରେ ଦ୍ରୁତ ଗତିରେ ପଛ ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍‌ ଉକ୍ତ ୨ ହେଲପର‌ଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଛି ।

Leave A Reply

Your email address will not be published.