ସିଟି ଓ ବିଇଡି ପ୍ରବେଶିକା ପରୀକ୍ଷା କେନ୍ଦ୍ର ଦୂର ସ୍ଥାନକୁ ହୋଇଥିବା ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟର ଅସନ୍ତୋଷ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅଞ୍ଚଳର ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ସିଟି ଓ ବିଇଡି ପାଇଁ ଚଳିତ ବର୍ଷ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିଥିଲେ । କିନ୍ତୁ ମହାମାରୀ କୋରନା ପାଇଁ ସ୍କୁଲ କଲେଜ ଅନେକ ମାସ ହେଲା ବନ୍ଦ ହୋଇ ରହିଥିବା ବେଳେ ଆଂଶିକ ଭାବରେ ଗାଡି ମଟର ମଧ୍ୟ ଚାଲୁଛି । ସାରା ପଶ୍‌ଶ୍ଚିମ ଓଡିଶାର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା କେନ୍ଦ୍ର ଦୂରସ୍ଥାନକୁ ହୋଇଥିବା ନେଇ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ କୋରନା ପାଇଁ କାମଧନ୍ଦା ସବୁ ଠପ୍ ହୋଇଯାଇଛି ।

ଆମେ ଗରିବ ଶ୍ରେଣୀର ପରୀକ୍ଷାର୍ଥୀମାନେ ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପରୀକ୍ଷା କେନ୍ଦ୍ରକୁ କିଭଳି ଭାବରେ ଯିବୁ, ବସ ମଟର ଚାଲୁନାହିଁ । ଅଟୋରେ ମନଇଚ୍ଛା ପଇସା ନେବେ । ଆମେ ଅଧିକ ଖର୍ଚାନ୍ତ ହେବୁ । ବଲାଙ୍ଗିର, ବରଗଡ଼, ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ହେଉଥିଲୋ । ହେଲେ ଆମକୁ ଭୁବନେଶ୍ୱର ରାଉଲକେଲା ପକାଇଛନ୍ତି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟସରକାର କିଛି ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଦୃଢ଼ ଦାବୀ ହେଉଛି । ଯଦି ସରକାର କଥା ନଶୁଣନ୍ତି ଦରକାର ପଡିଲେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବୁ ବୋଲି ପରୀକ୍ଷାର୍ଥୀମାନେ ଚେତାବନୀ ଦେଉଛନ୍ତି ।

Leave A Reply

Your email address will not be published.