om academy

ସରପଞ୍ଚଙ୍କ ଦ୍ୱାରା ଡ୍ରେନ୍‌ ସଫେଇ

jsm

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ସରପଞ୍ଚ ଡମାଇ ଭତରାଙ୍କ ଦ୍ୱାରା ଛେଣ୍ଡିଗୁଡା ଗ୍ରାମର ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍‌ ଗୁଡିକ ସଫେଇ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସରପଞ୍ଚ ଆଜି ଛେଣ୍ଡିଗୁଡା ଗ୍ରାମକୁ ଯାଇ ନିଜେ ଉପସ୍ଥିତ ରହି ଡ୍ରେନ ସବୁ ସଫେଇ କରାଇଛନ୍ତି । ଏହି ସମୟରେ ଛେଣ୍ଡିଗୁଡା ଗ୍ରାମର ୱାର୍ଡସଭ୍ୟ, କୋଡ଼ିଙ୍ଗାର ଯୁବନେତା ବୁଦୁରାମ ଭିତରା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ ବର୍ଷା ଦିନ ଯୋଗୁଁ ବିଭିନ୍ନ ଗ୍ରାମରେ ଥିବା ଡ୍ରେନ୍‌ ଗୁଡିକ ପୋତି ହୋଇ ଜଳ ନିଷ୍କାସନ ହେଇପାରୁ ନଥିବାରୁ ଲୋକେ ଡ୍ରେନ୍‌ଗୁଡ଼ିକ ସଫେଇ କାର୍ଯ୍ୟ କରିବା ପାଇଁ କୋଡ଼ିଙ୍ଗା ସରପଞ୍ଚଙ୍କୁ ନିବେଦନ କରିଥିଲେ । ସରପଞ୍ଚ ଡମାଇ ଭତରା ଲୋକଙ୍କ ନିବେଦନକୁ ଗ୍ରହଣ କରି କୋଡ଼ିଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକରେ ଥିବା ଡ୍ରେନ୍‌ଗୁଡିକ ସଫେଇ କାର୍ଯ୍ୟ ସମ୍ପାଦନ କରିବାରୁ ଅଞ୍ଚଳବାସୀ ସରପଞ୍ଚଙ୍କୁ ସାଧୁବାଦ ଜଣାଇଛନ୍ତି । ସରପଞ୍ଚଙ୍କ ଏଭଳି ଜନହିତ କାର୍ଯ୍ୟକୁ ସମସ୍ତ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.