om academy

କର୍ଲାମୁଣ୍ଡା ବ୍ଳକରେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଳକରେ ଗତକାଲି ଠାରୁ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହୋଇଯାଇଛି । ଏଥିପାଇଁ ପ୍ରସ୍ତୁତ ଏକସନ ପ୍ଳାନ ଅନୁଯାଇ ୭ ତାରିଖ ଦିନ ଯୋରାଡବରା, ୮ ତାରିଖ ଦିନ ସାପଲହରା, ୧୦ ତାରିଖ ଦିନ ରେଗେଡା, ୧୧ ତାରିଖ ଦିନ ବୋରପଦର, ୧୩ ତାରିଖ ଦିନ ରିଂଜା ଓ ସରଗୁଲମାଲପଡା, ୧୪ ତାରିଖ ଦିନ କର୍ଲାମୁଣ୍ଡା, ୧୫ ତାରିଖ ଦିନ ରାଜପୁର, ୧୭ ତାରିଖ ଦିନ ଗଜବାହାଲ, ୧୮ ତାରିଖ ଦିନ ପୌରକେଲା, ୨୦ ତାରିଖ ଦିନ ରିଷିଡା ଓ ୨୧ ତାରିଖ ଦିନ ତେରେସିଂହା ପଂଚାୟତରେ ଏଇ ଡୋର ଟୁ ଡୋର ସର୍ଭେ ଅନୁଷ୍ଠିତ ହେବ । ଏଇ କ୍ରମରେ ଏଇ ବ୍ଳକର ୬୦ ଟି ଗ୍ରାମର ୧୨,୩୦୦ ପରିବାର ପାଖକୁ ଯିବେ ସର୍ଭେ ଟିମ୍‌ । ଏଇ ସର୍ଭେ ଟିମରେ ଆଶା,ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ସାମିଲ ହେବେ । ବ୍ଳକ ସ୍ତରରେ ଏହାର ସୁପରଭିଜନ କରିବେ ବିଡିଓ, ଭାରପ୍ରାପ୍ତ ମେଡିକାଲ ଅଫିସର, ସିଡିପିଓ,ବି.ପି.ଏମ, ପି.ଏଚ.ଇ.ଓ ଏବଂ ଏସ୍‌ଟିଏସ୍ । ସେଇପରି ପଂଚାୟତ ସ୍ତରରେ ସୁପରଭିଜନ କରିବା ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ, ସିଆରସିସି ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ରିର୍ପୋଟିଂ ପାଇଁ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦାୟିତ୍ୱ ରହିଛି । ଏଥିସହିତ ସଦିଗ୍ଧ ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରିବା ପାଇଁ ସଂପୃକ୍ତ ଦିନ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ପରୀକ୍ଷଣ କେନ୍ଦ୍ର ଖୋଲାଯିବ । ଏଥିରେ ଜନସାଧାରଣ ସହଯୋଗ କରିବାକୁ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାଃ ସୌମ୍ୟରଂଜନ ପାତ୍ର, ସିଡିପିଓ ଅନ୍ନପୂର୍ଣା ଡି. ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

5 × 1 =