om academy

ଗଞ୍ଜାମ ଜିଲ୍ଲାରେ କୋଭିଡ଼ ପରିଚାଳନା ସ୍ଥିତି ସନ୍ତୋଷଜନକ : ଡିଜି ଶ୍ରୀ ଅଭୟ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଗଞ୍ଜାମ ଜିଲ୍ଲାରେ କିପରି ପୋଲିସ ପ୍ରଶାସନର ପରିଚାଳନା ହେଉଛି ତଥା କୋଭିଡ଼ ସ୍ଥିତି ସମୀକ୍ଷା କରିବା ନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ଦିନିକିଆ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ତାଙ୍କ ସହ ଅତିରିକ୍ତ ଡିଜି ଜେ. ୟଶବନ୍ତ ଏବଂ ଜିଲ୍ଲାର ବହୁ ଉଚ୍ଚ ପୋଲିସ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ସମଗ୍ର ଗଞ୍ଜାମ ରାଜସ୍ୱ ଜିଲ୍ଲାର ଦୁଇ ପୋଲିସ ଜିଲ୍ଲା ଯଥା ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାର ପୋଲିସ ମୁଖ୍ୟାଳୟ ଛତ୍ରପୁର ବୁଲି କୋଭିଡ଼ ସ୍ଥିତି ଉପରେ ସମୀକ୍ଷା କରି ଦୁଇ ପୋଲିସ ଜିଲ୍ଲା ଏସପିଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ପୋଲିସ ଜିଲ୍ଲାର କୋଭିଡ଼ ପରିଚାଳନା ସନ୍ତୋଷଜନକ ରହିଛି ବୋଲି ଡିଜି ଶ୍ରୀ ଅଭୟ କହିଛନ୍ତି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଓ ବ୍ରହ୍ମପୁର ଏସପି ପିନାକ୍ ମିଶ୍ରଙ୍କ ସହ କଥାବାର୍ତ୍ତା କରି ଉଭୟଙ୍କ କାର୍ୟ୍ୟଦକ୍ଷତାକୁ ଭୂୟସୀ ପ୍ରସଂଶା କରି ଦୁଇ ଜଣଙ୍କୁ ସାଧୁବାଦ ଜଣାଇଥିଲେ । ଗଞ୍ଜାମ (ଛତ୍ରପୁର) ଜିଲ୍ଲାର ଚମାଖଣ୍ଡି ଥାନା, ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନା, ଗୋସାଇଁ ନୂଆଗାଁ ଥାନା ପରିଦର୍ଶନ କରି ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଗତିବିଧିକୁ ଲକ୍ଷ୍ୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦୁଇ ଜିଲ୍ଲାର ପ୍ରମୁଖ ପୋଲିସ କର୍ମଚାରୀଙ୍କ କାର୍ୟ୍ୟ କୌଶଳ ଉପରେ ଜାଣି ଖୁସି ବ୍ୟକ୍ତ କରିଥିବା ଜଣାଯାଇଛି ।

Leave A Reply

Your email address will not be published.