ଦିଗଦର୍ଶନ ୟୁଥ କ୍ଳବ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ଉଦ୍ଦେଶ୍ୟରେ ଗଞ୍ଜାମ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ୟ୍ୟକ୍ରମରେ ଦାମୋଦରପୁର ଗ୍ରାମ ସ୍ଥିତ ଋଷୁକୁଲ୍ୟା ନଦୀ କୂଳରେ ପିଜୁଳି, ବଉଳ, ବେଲ ଆଦି ବୃକ୍ଷ ରୋପଣ କରାଯାଇଥିଲା । ପ୍ରାକୃତିକ ବିପର୍ୟ୍ୟୟରୁ ଜନ ବସଟିକୁ ସୁରକ୍ଷା ପ୍ରଦାନ କରିବା କରୋନା ମହାମାରୀ ପ୍ରଭାବରୁ ସାଧାରଣ ଜୀବନଯାତ୍ରା ପାଇଁ ମାନବ ସମାଜକୁ ସୁରକ୍ଷା ପ୍ରଦାନ ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ୟୁଥକ୍ଳବ ସଭାପତି ଉମାକାନ୍ତ ବେହେରା, ସମ୍ପାଦିକା ବିଜୟଲକ୍ଷ୍ମୀ ମହାକୁଡ, ଶ୍ରୀଚରଣ ବେହେରା, ରାଜଲକ୍ଷ୍ମୀ ମହାକୁଡ଼, ଅଭିରାମ ବେହେରା, ସାଗର କୁମାର ବେହେରା ପ୍ରମୁଖ ୟୁଥ କ୍ଳବ କର୍ମକର୍ତ୍ତା, ପରିବେଶ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.