pakka

ଦିବ୍ୟରଂଜନଙ୍କ ମୃତ ଦେହ ଉଦ୍ଧାର ପରେ ସୋନପୁରରେ ହେଲା ଶବ ବ୍ୟବଚ୍ଛେଦ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ ନିବାସୀ ତଥା ବରଗଡ ଜିଲ୍ଲା ବରପାଲି ପିଏନ୍‌ବି ବ୍ୟାଙ୍କର କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତ ଦେହ ଆଜି ଅପରାହ୍ନରେ ଲଛିପୁର ନିକଟସ୍ଥ ଅଙ୍ଗନଦୀ କୂଳରେ ଉଦ୍ଧାର ହୋଇଥିବା ବେଳେ ସୋନପୁର ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ କେନ୍ଦ୍ର ଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି । ତେବେ ତାଙ୍କ ଶବ ସତ୍‌କାର ବଲାଙ୍ଗିରର ବିଭୂତିପଡା ସ୍ଥିତ ଶଶ୍ମାନ ଠାରେ କରାଯିବା ବୋଲି ସୂଚନା ମିଳିଛି । ଅନ୍ୟପଟେ ଏବେ ବି ରହସ୍ୟ ଘେରରେ ରହିଛି ଦିବ୍ୟ ରଂଜନଙ୍କ ମୃତ୍ୟୁ ଘଟଣା । ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା ନା ଅନ୍ୟ କିଛି…. ଘଟଣା ଉପରୁ ଏଯାଏଁ ହଟନି ପରଦା । ଦେଖାଯାଉ ପୋଲିସ ପ୍ରଶାସନ ଏହି ଘଟଣା ପଛରେ ରହିଥିବା ରହସ୍ୟ ଉନ୍ମୋଚନରେ କେତେ ତତ୍‌ପରତା ଦେଖେଇବ ଏବଂ ଘଟଣାର ଅସଲ ଚିତ୍ର ଲୋକଲୋଚନକୁ ଆଣି ପାରିବ ।

Leave A Reply

Your email address will not be published.

3 × 4 =