pakka

ରାଜ୍ୟସ୍ତରୀୟ ବିଶ୍ୱ ଅଙ୍ଗଦାନ ଦିବସ ପାଳିତ

bbehera
  • ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସୁରଜ ସ୍ମାରକୀ ସମ୍ମାନରେ ଗଞ୍ଜାମର ଦୁଇ ପରିବାରଙ୍କୁ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ଆଭାସୀ ମାଧ୍ୟମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ଵାନ ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ବିଧାନ ସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗଦେଇ ଗଞ୍ଜାମ ଜିଲ୍ଲାର ଦୁଇ ପରିବାରଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ଦୁଇଟି ଚେକ ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୦ ମସିହାରେ ଗଞ୍ଜାମ ଜିଲ୍ଲାର ସ୍ୱର୍ଗତ ସୁରଜ ବେହେରାଙ୍କ ପିତାମାତା ସୁରଜଙ୍କ ମୃତ ପରେ ତାଙ୍କର ମସ୍ତିଷ୍କ, ପୁଅର ୬ ଗୋଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ (ଉଭୟ କିଡନୀ, ଯକୃତ, ହୃଦୟ ଏବଂ ଉଭୟ ଆଖି) ଦାନ କରି ଏକ ପ୍ରେରଣାଦାୟକ କାର୍ଯ୍ୟକରି ଜନମାନସରେ ଗୌରବ ଅର୍ଜନ କରିଛନ୍ତି । ଉକ୍ତ ଆଦର୍ଶତା ମାନବ ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇ ଅନ୍ୟ ଜୀବନକୁ ପରିମାର୍ଜିତ କରି ଆଲୋକ ଦେଖାଇ ଉତ୍ସର୍ଗିକୃତ କରିଛନ୍ତି । ଯାହାକି ଅନ୍ୟକୁ ଏକ ଅନନ୍ୟ ଉପକୃତ କରାଇବାରେ ସହାୟକ ହୋଇଛି । ଯାହା ତାଙ୍କରି ନାମରେ ଏହି ପୁରସ୍କାର ଓଡିଶାର ମୁଖ୍ୟମନ୍ତ୍ରୀ ସୁରଜ ପୁରସ୍କାର ଭାବେ ଘୋଷଣା କରିଛନ୍ତି । ଆଜି ତାହା ତୃତୀୟ ସୁରଜ ପୁରସ୍କାର ଭାବେ ବିଶ୍ୱ ଅଙ୍ଗଦାନ ଦିବସ ଭାବେ ଏହା ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁରଜ ଯୋଜନା ଅନୁଯାୟୀ, ମୃତବ୍ୟକ୍ତିଙ୍କ ଅଙ୍ଗଦାତାଙ୍କ ପରିବାରକୁ ତିନି ଅଙ୍ଗ, କିଡନୀ କିମ୍ବା ଯକୃତ ମଧ୍ୟରୁ ଗୋଟିଏ କିମ୍ବା ଅଧିକ ଦେଉଥିବା ପରିବାର ବର୍ଗଙ୍କୁ ୫ଲକ୍ଷ ଟଙ୍କା ନଗଦ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି । ଶନିବାର ଜିଲ୍ଲାପାଳଙ୍କ ଓସ୍ୱାନ ହଲ୍‌ଠାରେ ବିଶ୍ୱ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି । ରାଜ୍ୟସ୍ତରୀୟ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନ ପ୍ରଦାନ କରୁଥିବା ପରିବାର ବର୍ଗଙ୍କ ତ୍ୟାଗର ତୁଳନା ନଥିବା ପ୍ରକାଶ କରିଛନ୍ତି । ଅଙ୍ଗଦାନ ଦ୍ୱାରା ଅନେକଙ୍କ ଜୀବନ ରକ୍ଷା ହୋଇପାରୁଥିବା ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ । ପରିବାର ବର୍ଗ ନିଜ ପରିବାର ସଦସ୍ୟଙ୍କ ଅଙ୍ଗଦାନ କରିଥିବା ନିମନ୍ତେ ଆଗ୍ରହ ପ୍ରକାଶ କଲେ ମୃତ ବ୍ୟକ୍ତି ଅମର ହୋଇ ରହିଯାଆନ୍ତି, ବୋଲି ଏଠାରେ କୁହାଯାଇଛି । ଫାଇଭ୍-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ଦ୍ୱାରା ସଭା ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନ ସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ହସ୍ତରେ ଚଳିତ ବର୍ଷର ସୁରଜ ପୁରସ୍କାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଅଲାଡି ଗ୍ରାମର ସ୍ୱର୍ଗତ ସୁଶୀଲ ସାହୁଙ୍କ କିଡନୀ, ଲଙ୍ଗସ୍, ଚକ୍ଷୁ, ହୃଦୟ ଦାନ କରିଥିବା ଯୋଗୁଁ ତାଙ୍କ ଉତ୍ତରାଧିକାରୀ ତାଙ୍କ ପତ୍ନୀ ପିଙ୍କି ସାହୁଙ୍କୁ ୫ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ନୀଳାଞ୍ଚଳ ନଗରର ସ୍ୱର୍ଗତ ସିଦ୍ଧି ସମୃଦ୍ଧିଙ୍କର ଦୁଇ ଗୋଟି କିଡନୀ ଦାନ କରିଥିବା ହେତୁ ତାଙ୍କ ପିତା ସପନ କୁମାର ବିନ୍ଧାଣୀଙ୍କୁ ୫ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇ ସେହି ଅମର ଆତ୍ମା ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ବାଚସ୍ପତି ଆରୁଖ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରୟାସ ଆମମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ମହତ କାର୍ଯ୍ୟରେ ପରିବାର ବର୍ଗ ଆଗେଇ ଆସି ଅନ୍ୟ ଏକ ଜୀବନ ସୁରକ୍ଷିତ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ମହତ୍ କାର୍ଯ୍ୟ ସକାଶେ ସେହି ଦୁଇ ଅମର ଆତ୍ମାକୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲ୍ଲାସ୍ତରୀୟ ଉତ୍ସବକୁ ପରିଚାଳନା କରି ସୁରଜ ପୁରସ୍କାରର ଉଦ୍ଦେଶ୍ୟ ଏବଂ ଏହି ଦିଗରେ ଅନ୍ୟ ପରିବାର ବର୍ଗଙ୍କୁ ପ୍ରୋତ୍ସାହନ ମିଳିଲେ ଲୋକଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବା ସହିତ ସେମାନେ ବି ବଞ୍ଚି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 × one =