centurian jitm

ଆର୍ନ୍ତଜାତୀୟ ଶ୍ରମ ଦିବସ ପାଳିତ

nschool
  • ଦେଶ ଓ ରାଜ୍ୟ ଗଠନରେ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ : ଭବାନୀ ଶଙ୍କର ଭୋଇ

ରାଉରକେଲା, (ସସ୍ମିତା ପ୍ରଧାନ) :  ଜିଲ୍ଲା ଶ୍ରମ ବିଭାଗ, ସୁନ୍ଦରଗଡ଼ ଓ  ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତୀକ ଶ୍ରମିକ ଦିବସ ସମାରୋହ ସ୍ଥାନୀୟ ଭଜଂଭବନ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ- ବାଚସ୍ପତି, ଓଡ଼ିଶା ବିଧାନସଭା, ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେ ଦେଶ ଓ ରାଜ୍ୟ ଗଠନରେ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ, ଶ୍ରମିକ ମାନଙ୍କ ବିନା ସହଯୋଗରେ ଦେଶର ପ୍ରଗତି ଅସମ୍ଭବ ବୋଲି କହିଥିଲେ । ସୁନ୍ଦରଗଡ ଜିଲ୍ଲାରେ ୨୨୩ ଜଣ ହିତାଧିକାରୀଙ୍କୁ ମୋଟ ୧ କୋଟି ୬୭ ଲକ୍ଷ ୫୪ ହଜାର ୪୦୦ ଟଙ୍କାର  ଶିକ୍ଷା, ପ୍ରସୂତି, ମୁତ୍ୟୁ କାଳୀନ, ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୪୦ ଜଣ ହିତାଧିକାରୀ ମାନଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତାରାଶି, ୪୯ଜଣ ଶ୍ରମିକ ମାନଙ୍କୁ ବିବାହ, ପ୍ରସୂତି ପାଇଁ ୨୪ଜଣଙ୍କୁ, ୫୬ଜଣକୁ ମୁତ୍ୟୁ କାଳୀନ ଆଥିର୍କ ସହାୟତା ପ୍ରଦାନ କରାଯାଇଥିବା ବେଳେ ୫୪ ଜଣଙ୍କୁ ଅନ୍ତିମ ସଂସ୍କାର ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ଶ୍ରୀ ଭୋଇ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦାନ କରି କହିଥିଲେ ଯେ ପ୍ରତ୍ୟେକ ଶ୍ରମିକ ନିଜ ନିଜ ମୌଳିକ ଅଧିକାର ବିଷୟରେ ସଚେତନ ହେବା ଉଚିତ୍ । ଶ୍ରମିକ ମାନଙ୍କୁ ସରକାର ପକ୍ଷରୁ ବିଭିନ୍ନ ପ୍ରକାର ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଛି, ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରସୂତି, ମୁତ୍ୟୁ କାଳୀନ  ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ପ୍ରତ୍ୟେକ ଶ୍ରମିକ ନିଜ ସର୍ବନିମ୍ନ ମଜୁରି ସହିତ ସାମାଜିକ ନିରାପତ୍ତା ଆଇନ ବିଷୟରେ ସଚେତନ ହେବା ନିତାନ୍ତ ଜରୁରୀ । ସରକାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୨୦୦ ଜଣକୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ସେହିପରି ଓଡ଼ିଶା ଅସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୫୦ ଜଣକୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିଏଲ୍‌ସି ସୁନିତା କିସାନ, ଜିଲ୍ଲା ଶ୍ରମ ଅଧିକାରୀ ରାଉରକେଲା ଗୋପାଳ କୃଷ୍ଣ ମଙ୍ଗରାଜଙ୍କ ସମେତ ବିଭିନ୍ନ ଟ୍ରେଡ ୟୁନିୟନର ପ୍ରତିନିଧି ଓ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ । ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ଜେନା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସହାୟକ ଶ୍ରମ ଅଧିକାରୀ ସଙ୍ଗୀତା ବାହାଲା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.