jayashree

ଆନ୍ତର୍ଜାତିକ ବୟୋବୃଦ୍ଧ ଦିବସରେ ସମ୍ବର୍ଦ୍ଧିତ ହେଲେ ଡ. ପ୍ରଫୁଲ୍ଲ କୁମାର ରଥ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ଆନ୍ତର୍ଜାତିକ ବୟୋବୃଦ୍ଧ ଦିବସ -୨୦୨୬ ପାଳନ ଅବସରରେ ଡ. ପ୍ରଫୁଲ୍ଲ କୁମାର ରଥ ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେରଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଆଜି ତାଙ୍କୁ ‌ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମାରୋହରେ ବୀରମହାରାଜପୁର ଏସ୍‌ଡିପିଓ ହେମନ୍ତ ରାଓ, ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କାର୍ୟ୍ୟକ୍ରମ ରେ ବୀରମହାରାଜପୁର ସମେତ ସୁବଳୟା, ଖଣ୍ଡହତା ଓ ଯାଲୋଏ ଆଦି ଅଞ୍ଚଳରୁ ପ୍ରାୟ ଦେଢ଼ଶହ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ସକାଳ ସମୟରେ ଯୋଗ ଶିବିର, ଏକ ପେଡ ମା’ କେ ନାମ୍ ପର୍ ପାଳନରେ ବୃକ୍ଷ ରୋପଣ, ସାଧାରଣ ସଭା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ରଥ ସମ୍ବର୍ଦ୍ଧିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ଅଭିନନ୍ଦନ ସୁଅ ଛୁଟୁଛି ।

Leave A Reply

Your email address will not be published.