
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠସ୍ଥ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଛତ୍ରପୁର ଫଟୋଗ୍ରାଫର ଆସୋସିଏସନ୍ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏକ ନିଆରା ଭାଇଚାରାର ସହ ପାଳନ କରାଯାଇଛି । ଏହି ଅବସରରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମା’ ରାମଚଣ୍ଡୀଙ୍କ ଆଶୀର୍ବାଦ କାମନା କରାଯିବା ସହ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଯାଇଥିଲା । ଡିଜିଟାଲ ଯୁଗ ସହ ତାଳ ମେଳାଇ ବୈଷୟିକ ଦକ୍ଷତା ବୃଦ୍ଧି କରିବା ଏବଂ ଆଧୁନିକ ଯୁଗରେ ଫଟୋଗ୍ରାଫି କୌଶଳ ଅଧିଗମ କରିବା ଏବଂ ସଂଘକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା ହୋଇଥିଲା। । ସମସ୍ତ ସଦସ୍ୟ ସଂଘର ଉନ୍ନତି ଓ ଏକତା ବଜାୟ ରଖିବା ସହ ନୂତନ ପୀଢ଼ିର ଫଟୋଗ୍ରାଫରମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ମତପ୍ରକାଶ କରିଥିଲେ । ଶେଷରେ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମସ୍ତ ସଦସ୍ୟଗଣ ସମ୍ମିଳିତ ହୋଇ ଏକ କେକ୍ କାଟି ନିଆରା ଢଙ୍ଗରେ ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ତଥା କୋଷାଧ୍ୟକ୍ଷ ଗିରୀଶ ମୋହନ ପାତ୍ରଙ୍କ ସମେତ ଲଳିତ କୁମାର ନାଇଡୁ, ବିନୋଦ ବେହେରା, ଲକ୍ଷ୍ମୀନାରାୟଣ ବେହେରା, ହରଗୋପାଳ, କୁଲୁ, ଅଶ୍ୱିନୀ କୁମାର ଚୌଧୁରୀ, ଅଭି, ପି. ଗ୍ରୁେୟା , କାମାକ୍ଷା ପ୍ରସାଦ ପଣ୍ଡା, ଉମାଶଙ୍କର, ଗିରି, ସାନୁ ନାୟକ, ଆର୍.ଆର୍. ଫଟୋଗ୍ରାଫି, ନରେନ୍ଦ୍ର ନାୟକ, ଲୋକନାଥ ମହାରଣା ଏବଂ ଦିଲ୍ଲୀପ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ ।