jayashree

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଛେଣ୍ଡ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରେକ୍ଷାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଏକ ଭବ୍ୟ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ସଂଘର ସଭାପତି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଏବଂ ସୁବାସ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀମତୀ ସ୍ନିଗ୍ଧା ସାମନ୍ତରାୟ, ଶ୍ରୀମତୀ ଅନିତା ସାହୁ, ଶ୍ରୀମତୀ ଜ୍ୟୋତି ମହାପାତ୍ର, ଶ୍ରୀମତୀ ଭାରତୀ କର ଓ ଶ୍ରୀମତୀ ଗୀତା ସେନାପତି ‘ବନ୍ଦେ ଉତ୍କଳ ଜନନୀ’ ଏବଂ ‘ବନ୍ଦେ ମାତରମ୍’ ପରିବେଷଣ କରିଥିଲେ । ସଭାପତି ଶ୍ରୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୁରୁଚରଣ ପଟ୍ଟନାୟକ ‘ଆଜିର ଅନୁଚିନ୍ତା’ ବିଷୟରେ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମର ସାଂସ୍କୃତିକ ପର୍ବ ବେଶ୍ ଆକର୍ଷଣୀୟ ହୋଇଥିଲା । ଶରତ ଚନ୍ଦ୍ର ଧଳଙ୍କ ବେହେଲା ବାଦନ ଏବଂ ଶ୍ରୀମତୀ ସାନ୍ତ୍ୱନା ପରିଡ଼ାଙ୍କ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିଲା । ଶ୍ରୀମତୀ ସ୍ନିଗ୍ଧା ସାମନ୍ତରାୟ, ଶ୍ରୀମତୀ ଜ୍ୟୋତି ମହାପାତ୍ର ଓ ଶ୍ରୀମତୀ ଅନିତା ସାହୁଙ୍କ ନୃତ୍ୟ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା । ସୁବାସ ମହାନ୍ତି, ମଳୟ କୁମାର ମହାନ୍ତି, ବିଜୟ କୁମାର ନାୟକ, ସୁଧାଂଶୁ ପଣ୍ଡା ଓ ଡ. ପ୍ରଦୀପ କୁମାର ସାହୁ ବିଭିନ୍ନ ଦେଶାତ୍ମବୋଧକ ଗୀତ ଓ ଭଜନ ପରିବେଷଣ କରି ଦେଶପ୍ରେମର ଭାବନାକୁ ଉଦ୍‌ବୁଦ୍ଧ କରିଥିଲେ । ଶ୍ରୀମତୀ ସବିତା ସାହୁ ଓ ଶ୍ରୀମତୀ ବିଜୟିଲକ୍ଷ୍ମୀ ମିଶ୍ର ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିବା ବେଳେ ଅଜୟ କୁମାର ମହାନ୍ତି ଏକ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ଏହି ଅବସରରେ ଦୁଇ ଜଣ ଅତି ବରିଷ୍ଠ ନାଗରିକ ନଗେନ ସାମନ୍ତରାୟ ଓ ନିତ୍ୟାନନ୍ଦ ଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ରବୀନ୍ଦ୍ର ସରାଫ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମକୁ ସହସ୍ରାଧିକ ସଦସ୍ୟ ଓ ସଦସ୍ୟା ଉପଭୋଗ କରିଥିଲେ । ସଂଘର ସାଧାରଣ ସମ୍ପାଦକ ହରିହର ନାୟକଙ୍କ ନେତୃତ୍ୱରେ କୈଳାଶ ଚନ୍ଦ୍ର ସାମଲ, ରବି ସିଂ, ରମେଶ ସିଂ, ବିବେକା ନନ୍ଦ ଜେନା, ଗୋପାଳ ପ୍ରସାଦ ଜେନା ଓ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମର ସୁପରିଚାଳନାରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।

Leave A Reply

Your email address will not be published.